
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜକନିକା ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ମହାକଳପଡ଼ା ଗ୍ରାମର ବୀର କିଶୋର ମଳିକଙ୍କ ୩୨ ଲିଟର ଦେଶୀ ମଦ ଓ ଅନ୍ତର୍ଯ୍ୟ।ମୀ ଦାସଙ୍କ ଠାରୁ ୪୧ ଲିଟର ଦେଶୀ ମଦ ସମେତ ଗୋଟିଆ ମୋଟର ସାଇକେଲ, ଶିଓପଡ଼ା ଗ୍ରାମର ଶରତ ମଳିକଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କାଣ୍ଡିଆହ।ଟ ଗ୍ରାମର ପ୍ରତାପ ମଳିକଙ୍କ ଠାରୁ ୨୧ ଲିଟର ଦେଶୀ ମଦ ଓ ରମାକାନ୍ତ ମଳିକଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ ୧୫୧ ଲିଟର ଦେଶୀ ଓ ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।
ଏହି ଚଢ଼ଉରେ ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, କଳ୍ପନା ରାଉତ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେଶେରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକ ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି