
ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- ଓଡିଶା ଫାର୍ମା ପଲିସୀରେ, ଆଗାମୀ ୫ ବର୍ଷରେ ୨୫ ହଜାର କୋଟିର ପୁଞ୍ଜିନିବେଶ ସହିତ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଫାର୍ମାସ୍ୟୁଟିକାଲ ଇକୋ ସିଷ୍ଟମ ଏବଂ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିକୁ ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । ଆସନ୍ତା ୨୫ ବର୍ଷରେ ଓଡିଶା ହେବ ଦେଶର ଗ୍ରୋଥ ଇଂଜିନ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା