ଶ୍ରୀଜୀଉଙ୍କ ପହିଲି ଭୋଗ ଆରମ୍ଭ
ପୁରୀ, ୧୬ ଡିସେମ୍ବର (ହି.ସ.)- ପବିତ୍ର ଧନୁ ସଂକ୍ରାନ୍ତିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ପହିଲି ଭୋଗ ଲାଗି ହୋଇଛି । ଏହା ସହ ଧନୁ ମୁଆଁ ଭୋଗ କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅର୍ଥାତ୍ ଆଜି ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ସକାଳର ଗୋପାଳବଲ୍ଲଭ ଭୋଗ
ଶ୍ରୀମନ୍ଦିର


ପୁରୀ, ୧୬ ଡିସେମ୍ବର (ହି.ସ.)- ପବିତ୍ର ଧନୁ ସଂକ୍ରାନ୍ତିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ପହିଲି ଭୋଗ ଲାଗି ହୋଇଛି । ଏହା ସହ ଧନୁ ମୁଆଁ ଭୋଗ କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅର୍ଥାତ୍ ଆଜି ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ସକାଳର ଗୋପାଳବଲ୍ଲଭ ଭୋଗ ସହିତ ' ପହିଲିଭୋଗ ' ଅନୁଷ୍ଠିତ ହେବ ।

ସୋମବାର ରାତି ୨ଟାରେ ଦ୍ୱାରଫିଟା ନୀତି ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା । ଏହାପରେ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଛି । ପହିଲି ଭୋଗରେ ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରା, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ,ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଂଟେଇ ପ୍ରଭୃତି ଭୋଗ ଲାଗି ହୋଇଛି । ଶ୍ରୀମନ୍ଦିରରେ ପହଲି ଭୋଗ ପାଇଁ ସଅଳ ନୀତି ଅନୁଷ୍ଠିତ ହେଉଛି । ଏହି ପହିଲି ଭୋଗ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ପରମ୍ପରା ଅନୁଯାୟୀ, ପୌଷ ମାସରେ ୧ ମାସ ଧରି ଲକ୍ଷ୍ମୀ ଠାକୁରାଣୀ ବାପ ଘରକୁ ଯାଇଥିବାରୁ ମାଆ ଯଶୋଦାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ମହାପ୍ରଭୁ ଖାଇଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande