ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ.)- ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରୁ ୨୦୦ ମିଟର
ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ.)- ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରୁ ୨୦୦ ମିଟର ମଧ୍ୟରେ ରହିପାରେ । ପରବର୍ତୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande