ଡି.ଏନ୍ ହାଇସ୍କୁଲ ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତି ପାଳନ
କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - କେନ୍ଦୁଝରଗଡ଼ ଡି.ଏନ୍ ହାଇସ୍କୁଲ ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତି ଉପଲକ୍ଷେ ଡି.ଏନ୍ ହାଇସ୍କୁଲ ଅଡିଟୋରିୟମରେ ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ପ
ଡି.ଏନ୍ ହାଇସ୍କୁଲ ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତି ପାଳନ


କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - କେନ୍ଦୁଝରଗଡ଼ ଡି.ଏନ୍ ହାଇସ୍କୁଲ ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତି ଉପଲକ୍ଷେ ଡି.ଏନ୍ ହାଇସ୍କୁଲ ଅଡିଟୋରିୟମରେ ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ପୃଷ୍ଟି, ନାରାୟଣ ମିଶ୍ର, ସୁବାସ ଚନ୍ଦ୍ର ବଳ, ବାବାଜୀ ଚରଣ ସାହୁ, ଶର୍ଗଧର ବେହେରା ଅତିଥ୍ ଭାବରେ ମଂଚାସନ ଥିବାବେଳେ ଡି.ଏନ. ହାଇସ୍କୁଲର ବରିଷ୍ଠ ଶିକ୍ଷକ ଉଦୟନାଥ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ନିଜର ପ୍ରିୟ ଓ ପୂଜ୍ୟ ଶିକ୍ଷକମାନଙ୍କୁ ଉପଢୌଙ୍କନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିବା ଓ ପୂଜ୍ୟ ଗୁରୁମାନଙ୍କଠାରୁ ଆଶୀର୍ବାଦ ଲାଭ କରିବାର ମୂହୁର୍ଭ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ସଭାରେ ଉପସ୍ଥିତ ପୁରାତନ ଛାତ୍ରମାନେ ସେମାନଙ୍କର ଅତୀତ ଛାତ୍ରଜୀବନର ସ୍ମୃତିକୁ ତାଜା କରିଥିଲେ । ଉକ୍ତ ସଭାରେ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥ୍ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ଚନ୍ଦ୍ର ମହାପାତ୍ର ମଂଚ ସଂଚାଳ କରିଥିଲେ ଏବଂ ପ୍ରଦୀପ୍ତ ମେ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦିନବନ୍ଧୁ ସାହୁ, ବିଜୟ କୁମାର ଦିକ୍ଷିତ, ବସନ୍ତ ସାହୁ, ପାର୍ଥ ସାରଥ୍ ସାହୁ, ଜଗନ୍ନାଥ ଦାସ୍‌, ଅକ୍ଷୟ ପ୍ରସାଦ ଦାସ, ପଂଚାନନ ମହାପାତ୍ର, ଗୌରଙ୍ଗ ସାହୁ, କମଲେଶ ଚୌହାନ, କାର୍ଭିକ ଚନ୍ଦ୍ର ଦଣ୍ଡସେନା, ନିମାଇଁ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande