ଦିନରେ ମାଟି ପକାଉଛି ପିଏସକେ, ରାତିରେ ବିକୁଛି କବାଡିଆ
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- ଚଣ୍ଡୀଖୋଲ-ପାରାଦୀପ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଠିକା ନେଇଥିବା ପିଏସକେ କମ୍ପାନୀ ରାସ୍ତାକୁ ଚଉଡା କରିବା ପାଇଁ ବିଭିନ୍ନ ସ୍ଥାନରେ ମାଟି ପକାଇଛି । ସ୍ଥାନୀୟ ଲକ୍ଷ୍ମୀନାରାୟଣପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ କବାଡିଆ ଦୋକାନୀ ରାତ
ଦିନରେ ମାଟି ପକାଉଛି ପିଏସ୍‌କେ, ରାତିରେ ବିକୁଛି କବାଡିଆ


କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- ଚଣ୍ଡୀଖୋଲ-ପାରାଦୀପ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଠିକା ନେଇଥିବା ପିଏସକେ କମ୍ପାନୀ ରାସ୍ତାକୁ ଚଉଡା କରିବା ପାଇଁ ବିଭିନ୍ନ ସ୍ଥାନରେ ମାଟି ପକାଇଛି । ସ୍ଥାନୀୟ ଲକ୍ଷ୍ମୀନାରାୟଣପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ କବାଡିଆ ଦୋକାନୀ ରାତିରେ ମାଟି ଉଠାଇ ଚୋରାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲଦାର ଘଟଣାସ୍ଥଳରେ ପହଁଚି କବାଡିଆକୁ ମାଟି ନ ଉଠାଇବା ପାଇଁ ତାଗିଦ କରିଛନ୍ତି । ତେବେ ପିଏସକେ କମ୍ପାନୀର ପ୍ରାୟ ୧୦୦ ଟ୍ରିପରୁ ଉର୍ଦ୍ଧ୍ବ ମାଟି ଉଠାଇ ବିକ୍ରି କରିଥିବାରୁ ତାଙ୍କର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande