

ସମ୍ବଲପୁର, ୧୬ ଡିସେମ୍ବର (ହି.ସ.)- ସମ୍ବଲପୁର ସହରର ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ୨୦୨୬ ବର୍ଷର ନୂତନ ରଣେଶ୍ୱର ରାମଚଣ୍ଡୀ ସମ୍ବଲପୁରୀ କ୍ଯାଲେଣ୍ଡର ଲୋକାର୍ପିତ ହୋଇଯାଇଛି । ଏହି କ୍ଯାଲେଣ୍ଡର ପ୍ରଥମେ ରଣେଶ୍ୱର ରାମଚଣ୍ଡୀଙ୍କ ପାଖରେ ପୂଜା କରାଯାଇ ଅର୍ପଣ କରାଯାଇଥିଲା । ସଭାପତି କୃପାସିନ୍ଧୁ ଖମାରୀଙ୍କର ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂଜକ ଦେବୀ ପ୍ରସାଦ ଭୋଇ ରଣେଶ୍ୱର ରାମଚଣ୍ଡୀଙ୍କ ମନ୍ତ୍ର ପାଠ କରି ନୂତନ କେଲେଣ୍ଡରର ଶୁଭାରମ୍ଭ କରିଥିଲେ । ରଣେଶ୍ୱର ରାମଚଣ୍ଡୀ ସମ୍ବଲପୁରୀ କେଲେଣ୍ଡର ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ରଣେଶ୍ୱର ରାମଚଣ୍ଡୀ ଗୁଡ଼ି ମାନଙ୍କରେ ଗୋଟିଏ ଦିନରେ ଲୋକାର୍ପିତ ହୋଇଯାଇଛି । ଏହି କେଲେଣ୍ଡର ଗତ ୨୦୨୦ ମସିହାରୁ ବରଗଡ ଅତାବିରା ରେଙ୍ଗାଲିପାଲିର ବିଶିଷ୍ଟ ସମାଜ ସେବୀ, ପ୍ରକୃତି ମିତ୍ର ସୁବାଷ ପ୍ରଧାନଙ୍କର ପ୍ରଚେଷ୍ଟାରେ ଦୀର୍ଘ ୬ ବର୍ଷ ହେବ ପ୍ରକାଶିତ ହୋଇ ଆସୁଅଛି । ଏହି କେଲେଣ୍ଡରରେ କୁଲତା ଜାତିର ପର୍ବ ପର୍ବାଣି, ବିସାଶହେ ବର୍ଗ, ଆଦି ପୀଠ, ପୀଠ, ଗୁଡ଼ି ପାର୍ଶ୍ୱ ଦେବାଦେବୀ, ଗୃହ ଦେବା ଦେବୀ, ସମସ୍ତ ଗୌତ୍ର ଆଦି ତଥ୍ୟ ରହିଛି ।
ଏହି ଲୋକାର୍ପଣ ଉତ୍ସବରେ ଉପ ସଭାପତି ଦେବତ୍ତମ ପ୍ରଧାନ, ସମ୍ପାଦକ ରଞ୍ଜନ ପାତ୍ର, ବରିଷ୍ଠ ସଦସ୍ୟ ଭକ୍ତବନ୍ଧୁ ପ୍ରଧାନ, ସରୋଜ ପ୍ରଧାନ, ଜଟା ଭୂଷଣ ସାହୁ, ପ୍ରଦୀପ କୁମାର ସାହୁ, ସୁକାନ୍ତି ଗଡ଼ତିଆ, ଶ୍ରୀକୃଷ୍ଣ ପ୍ରସାଦ ପ୍ରଧାନ, ନିର୍ମଳ ଚନ୍ଦ୍ର ପ୍ରଧାନ, ଟଙ୍କଧର ବାରିକ, ଅକ୍ଷୟ ପ୍ରଧାନ, ଆନନ୍ଦ ପ୍ରଧାନ, ହାରାଧନ ପ୍ରଧାନ, ଭବାନୀଶ ଭୋଇ, କ୍ଷୀରୋଦ ପ୍ରଧାନ, ପୂଜକ ବାସୁଦେବ ଭୋଇ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ