
ଜୟପୁର, ୧୬ ଡିସେମ୍ବର (ହି.ସ.)- ଜୟପୁର ଇରିଗେସନ କଲୋନୀରେ ରବିବାର ନାବାଳିକା ଝିଅକୁ ବଳିଦେବା ପାଇଁ ମା ଉଦ୍ୟମ କରିଥିବା ଘଟଣାରେ ଶିଶୁମଙ୍ଗଳ ସମିତି ନିର୍ଦ୍ଦେଶ କ୍ରମେ ନାବାଳିକାକୁ କୋରାପୁଟ୍ ସ୍ଥିତ ଶିଶୁ ଯତ୍ନ ପ୍ରତିଷ୍ଠାନରେ ରଖାଯାଇଛି। ରବିବାର ଟାଉନଥାନା ପୋଲିସ ଇରିଗେସନ କଲୋନୀରୁ ନାବାଳିକାକୁ ଉଦ୍ଧାର କରିବା ପରେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା କରିଥିଲା। ଚିକିତ୍ସା ପରେ ଶିଶୁମଙ୍ଗଳ ସମିତି କର୍ମୀ ତପସ୍ବିନୀ ପାଢି ଓ ଦୁଇ ସୁପରଭାଇଜର ପଦ୍ମିନୀ ଭତ୍ରା ଓ ମିନତୀ ଖେମୁଣ୍ତୁ ଆସି ଝିଅ ଏବ˚ ୨ ପୁଅଙ୍କୁ ଆସି କୋରାପୁଟ ଶିଶୁ ମଙ୍ଗଳ ବିଭାଗରେ ଦାଖଲ କରି ଶିଶୁ ଯତ୍ନ ପ୍ରତିଷ୍ଠାନରେ ରଖିଛନ୍ତି। ଆସନ୍ତା ୨ଦିନ ପରେ ଝିଅକୁ କାଉନସିଲି˚ କରିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ତପସ୍ବିନୀ ପାଢି ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ରବିବାର ଜୟପୁର ଇରିଗେସନ କଲୋନିର ଏକ ପରିତ୍ୟକ୍ତ ଘରେ ୨ପୁଅ ଝିଅଙ୍କୁ ନେଇ ମହିଳା ଜଣକ ରହୁଥିଲା। ନିଜ ଝିଅ ବେହୋସ ହୋଇ ପଡିଥିବା ସାହି ବାସିନ୍ଦା ଦେଖିବା ପରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ନିଜ ଝିଅକୁ ବଳୀଦେଉଛି ବୋଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଁଚି ନାବାଳିକାକୁ ଉଦ୍ଧାର କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି