ପୁଣ୍ୟ ଦ୍ୱାଦଶାହରେ ସାବିତ୍ରୀ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ
କେନ୍ଦ୍ରାପଡ଼ା, ୧୬ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତମାଳ ଶାସନର ଚଉଦକୁଲାଟ ରଥ ଦାଣ୍ଡରେ ଦିବଂଗତା ମହିୟସୀ ମହିଳା ସାବିତ୍ରୀ ପାଣିଗ୍ରାହୀଙ୍କୁ ପୁଣ୍ୟ ଦ୍ୱାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ
ପୁଣ୍ୟ ଦ୍ୱାଦଶାହରେ ସାବିତ୍ରୀ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ


କେନ୍ଦ୍ରାପଡ଼ା, ୧୬ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତମାଳ ଶାସନର ଚଉଦକୁଲାଟ ରଥ ଦାଣ୍ଡରେ ଦିବଂଗତା ମହିୟସୀ ମହିଳା ସାବିତ୍ରୀ ପାଣିଗ୍ରାହୀଙ୍କୁ ପୁଣ୍ୟ ଦ୍ୱାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ା ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡ଼ା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସ୍ଥାନୀୟ ସରପଂଚ ରମାକାନ୍ତ ମଲ୍ଲିକ, ପ୍ରାକ୍ତନ ସରପଂଚ କୈଳାସ ମଲିକ, ସୁବାସ ଶର୍ମା, ସୁଶୀଳ ବିଶ୍ୱାଳ, ପଣ୍ଡିତ ବାସୁଦେବ ଦାସ, କୈଳାସ ମିଶ୍ର, ସୁକାନ୍ତ ପରିଡ଼ା, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ବ୍ୟକ୍ତିମାନେ ଅମର ଆତ୍ମାର ସଦ୍‌ଗତି କାମନା ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଥମେ ସାବିତ୍ରୀ ପାଣିଗ୍ରାହୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ ଏବଂ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତା ପାଣିଗ୍ରାହୀଙ୍କ ପୁତ୍ର ଅନନ୍ତ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ପୁତ୍ରବଧୂ ନଳିନୀ ପ୍ରଭା, ରାନୁଶ୍ରୀ ପାଣିଗ୍ରାହୀ, ଜ୍ୱାଇଁ ରମାକାନ୍ତ ପଣ୍ଡା, ଧନଞ୍ଜୟ ପଣ୍ଡା, ଝିଅ ଗୀତାରାଣୀ, ସନ୍ଧ୍ୟାରାଣୀ, ଭାଇ ଅଧିକାରୀ ଲକ୍ଷ୍ମୀଧର ଦାଶ, ଅଧିକାରୀ ପତିତପାବନ ଦାଶ, ଆଶିଷ ଦାଶ, ରବୀନ୍ଦ୍ର କର, ବିଶ୍ୱଜିତା, ଜ୍ୟୋତି ପ୍ରକାଶ, ବିଜୟଲକ୍ଷ୍ମୀ, ଅଂଶୁମାନ, ବିଶ୍ୱ କଲ୍ୟାଣୀ, ଦେବାଶିଷ, ବୈଶାଳିନୀ, କଳା କାହ୍ନୁ, ବିଦ୍ୟା ସାଗର, ସ୍ୱର୍ଣ୍ଣମୟୀ, ନାରାୟଣ ଶତପଥୀ, ମଞ୍ଜୁ, ଡାଙ୍ଗୀ, ଦେବବ୍ରତ, ପ୍ରିୟବ୍ରତ ପାଣିଗ୍ରାହୀ, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡ଼ା, ଗୌରବ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ। ଶେଷରେ ଶ୍ରୀକାନ୍ତ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande