ସମ୍ବଲପୁର ପୋଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା
ସମ୍ବଲପୁର, ୧୬, ଡିସେମ୍ବର (ହି.ସ.) - ମଙ୍ଗଳବାର ସମ୍ବଲପୁର ଜମାଦାରପାଲି ସ୍ଥିତ ଏୟାର ଷ୍ଟ୍ରିପ ଠାରେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ଅଧକ୍ଷତାରେ ସମ୍ବଲପୁର ପୋଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ଅତ୍ୟନ୍ତ ଶାନ୍ତିପୂର୍ଣ ଏ
ସମ୍ବଲପୁର ପୋଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା


ସମ୍ବଲପୁର, ୧୬, ଡିସେମ୍ବର (ହି.ସ.) - ମଙ୍ଗଳବାର ସମ୍ବଲପୁର ଜମାଦାରପାଲି ସ୍ଥିତ ଏୟାର ଷ୍ଟ୍ରିପ ଠାରେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ଅଧକ୍ଷତାରେ ସମ୍ବଲପୁର ପୋଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ଅତ୍ୟନ୍ତ ଶାନ୍ତିପୂର୍ଣ ଏବଂ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ବେଳେ ପ୍ରାୟ ୮ ହଜାର ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାକୁ ନିରପେକ୍ଷ, ଶୃଙ୍ଖଳିତ ଏବଂ ବାଧାମୁକ୍ତ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା କରାଯାଇଥିଲା । ଏହି ପରୀକ୍ଷା ପରିଚାଳନାରେ ଜିଲ୍ଲାର ୯ ଟି ବ୍ଲକର ପୋଲିସ କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ ।ଏହି ଅବସରରେ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କ ମତାମତ ନେବାରେ, ପରୀକ୍ଷାର ପ୍ରଶ୍ନପତ୍ର ଅଧିକ ସହଜ ଓ ସରଳ ରହିଥିବା କହିଛନ୍ତି । ଆସନ୍ତା ଡିସେମ୍ବର ୨୩ ତାରିଖରେ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବାକୁ ଥିବା ବେଳେ ନିଜ ଫଳାଫଳ ନେଇ ପରିକ୍ଷାର୍ଥୀ ମାନେ ବେଶ୍ ଉତ୍ସୁକତା ଥିବା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande