ସରପଂଚଙ୍କ ନିଆରା ପ୍ରୟାସ
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଅନ୍ତର୍ଗତ ଗୁହାଳସିଂ ପଞ୍ଚାୟତର ସରପଞ୍ଚଙ୍କ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଆଜି ପଞ୍ଚାୟତ ପକ୍ଷରୁ ଭତ୍ତା ବାଣ୍ଟିବା ବଣ୍ଟନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନାରେ ୬୭୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛ
ସରପଂଚଙ୍କ ନିଆରା ପ୍ରୟାସ


କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଅନ୍ତର୍ଗତ ଗୁହାଳସିଂ ପଞ୍ଚାୟତର ସରପଞ୍ଚଙ୍କ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଆଜି ପଞ୍ଚାୟତ ପକ୍ଷରୁ ଭତ୍ତା ବାଣ୍ଟିବା ବଣ୍ଟନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନାରେ ୬୭୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ସରପଞ୍ଚ ମଧୁସ୍ମିତା ଦାସ ନିଜେ ପଞ୍ଚାୟତରେ ଉପସ୍ଥିତ ରହି ଭତ୍ତା ବାଣ୍ଟି ଥିଲେ। ପରେ ସେମାନଙ୍କ ଶାଶୁ ଶ୍ଵଶୁର ପରି ଖାଦ୍ୟ ପରସି ଥିଲେ। ଗୁହାଳସିଂ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ। ଏହା ୧୨ଟି ପଞ୍ଚାୟତକୁ ନେଇ ଗଠିତ। ଭତ୍ତା ବଣ୍ଟନ ଦିନ ବହୁତ ବୟସ୍କ ବୁଢ଼ା ବୁଢ଼ୀ ଆସୁଛନ୍ତି। ସେମାନଙ୍କୁ ନେଇ ତାଙ୍କ ବନ୍ଧୁ ବାନ୍ଧବ ଆସି ଭତ୍ତା ପାଇଁ ଅପେକ୍ଷା କରୁଛନ୍ତି। ଯାହାଫଳରେ ବହୁତ ସମୟ ଭୋକରେ ରହୁଥିବାର ଦେଖାଯାଉଛି। ଏହାକୁ ଚିନ୍ତା କରି ଆଜି ସରପଞ୍ଚଙ୍କ ପକ୍ଷରୁ ଏକ ପାଣ୍ଠି ପ୍ରସ୍ତୁତ କରାଯାଇଛି। ଏହି ଅର୍ଥରୁ ଖାଦ୍ୟ ପ୍ରସ୍ତୁତ ହୋଇ ଲୋକଙ୍କୁ ଖାଦ୍ୟ ଦିଆଯିବ। ଯିଏ ଚାହିଁବ ସରପଞ୍ଚଙ୍କ ଏହି ଅର୍ଣ୍ଣ ଯୋଜନାରେ ଆର୍ଥିକ ସାହାଯ୍ୟ ଦେଇପାରିବ ବୋଲି ସରପଞ୍ଚ ମଧୁସ୍ମିତା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ,ଏଡିଓ ବଳଦେବ ପରିଡା, ପୂର୍ବତନ ବ୍ଲକ ଅଦକ୍ଷ ସରୋଜକାନ୍ତ ସାହୁ, ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ ଦାସ, ନ୍ୟାୟବ ସରପଞ୍ଚ ଓ ୧୨ଗୋଟି ୱାର୍ଡର ୱାର୍ଡ ମେମ୍ବରଙ୍କ ସହ ବହୁ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande