
ନୂଆପଡ଼ା, ୧୬ ଡିସେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଛି। ବୈଠକରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସମଗ୍ର ଜିଲ୍ଲାରେ ପଂଚାୟତ ସ୍ତରରୁ ଜିଲ୍ଲା ସଦର ମହକୁମା ପର୍ୟନ୍ତ ବ୍ୟାପକ ଭାବରେ ସଚେନନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିଷ୍ପତି ଗୃହୀତ ହେଲା ଓ ସବୁ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଶିଶୁ ଶ୍ରମିକ ନିରାକରଣ ଉପରେ ସଚେନନତା ଶିବିରର ଆୟୋଜିତ ହେବ। ଉକ୍ତ ସଚେତନତା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସମସ୍ତ ପ୍ରକାରର ପଦକ୍ଷେପ ଯଥାଶୀଘ୍ର ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ୨୪.୧୨. ଦିନ ନୂଆପଡ଼ା ସଦରମହକୁମା ଠାରେ ଏଥିପାଇଁ ଏକ ରାହାଗିରି ଆୟୋଜନ କରିଯିବ। ଏହା ମାଧ୍ୟମରେ ବ୍ୟାପକ ଭାବରେ ଜନ ସଚେତନତା ସୃଷ୍ଟି କରାଯିବ। ରାହାଗିରି କାର୍ଯ୍ୟକ୍ରମରେ ଶିଶୁଶ୍ରମିକ ନିରାକରଣ ଉପରେ ନୃତ୍ୟ, ସଙ୍ଗୀତ, କଳା ଓ ଯୋଗ ଆୟୋଜିତ ହେବ କ୍ଷ ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ଉକ୍ତ ଉତ୍ସବରେ ଭାଗ ନେବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଉକ୍ତ ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ, ସହ ନିର୍ଦେଶକ ଶ୍ରମ ବିଭାଗ, ଜିଲ୍ଲା କ୍ରିଡା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ସାହୁ, ସହ ନିର୍ଦେଶକ ଶ୍ରମ ବିଭାଗ ରବୀନ୍ଦ୍ର ୍ୱାର୍ଲ୍ଲା, ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ୍ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା, ଡି ସି ପି ଓ ଚିନ୍ମୟ ସାଗର, ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ