ଘଟଗାଁ ବ୍ଳକ ଓଷ୍ଟା ତରଫରୁ ୪୨ ତମ ଶିଶୁ ମେଳା ଅନୁଷ୍ଠିତ
କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - ସରକାରୀ ବାଳିକା ବିଦ୍ୟାଳୟ ଢେଙ୍କିକୋଟ ଠାରେ ଘଟଗାଁ ବ୍ଳକ ଓଷ୍ଟା ତରଫରୁ ୪୨ ତମ ଶିଶୁ ମେଳା ଅନୁଷ୍ଠିତ ହୋଇ ଯାଇଛି। ପାଖାପାଖି ୨୦ ଟି ବିଦ୍ୟାଳୟରୁ ୨୦୦ ପ୍ରତିଯୋଗୀ ୧୦ ଟି ବିଭାଗରେ ଭାଗ ନେଇଥିଲେ। ବ୍ଲକ ସମ୍ପାଦକ ସନ୍ତୋଷ କୁମାର ଶତପଥୀଙ୍କ ଆବାହକତ୍ୱରେ ବାଳିକା
ଘଟଗାଁ ବ୍ଳକ ଓଷ୍ଟା ତରଫରୁ ୪୨ ତମ ଶିଶୁ ମେଳା ଅନୁଷ୍ଠିତ


କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - ସରକାରୀ ବାଳିକା ବିଦ୍ୟାଳୟ ଢେଙ୍କିକୋଟ ଠାରେ ଘଟଗାଁ ବ୍ଳକ ଓଷ୍ଟା ତରଫରୁ ୪୨ ତମ ଶିଶୁ ମେଳା ଅନୁଷ୍ଠିତ ହୋଇ ଯାଇଛି। ପାଖାପାଖି ୨୦ ଟି ବିଦ୍ୟାଳୟରୁ ୨୦୦ ପ୍ରତିଯୋଗୀ ୧୦ ଟି ବିଭାଗରେ ଭାଗ ନେଇଥିଲେ। ବ୍ଲକ ସମ୍ପାଦକ ସନ୍ତୋଷ କୁମାର ଶତପଥୀଙ୍କ ଆବାହକତ୍ୱରେ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଉଦ୍ଘାଟନ ଉତ୍ସବରେ ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସରପଂଚ ଖିଇର ନାୟକ, ବରିଷ୍ଠ ସମ୍ବାଦିକ ନୃସିଂହ ଚରଣ ସିଂ, ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ଜ୍ଞାନ ଦେଓ ଜିଲ୍ଲା ସମ୍ପାଦକ ରଞ୍ଜନ ଘଡେଇ, ବରିଷ୍ଠ ସାମ୍ବାଦିକ କବିନ୍ଦ୍ର ନାୟକ, ବିଜେପି ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ମନୋଜ କୁମାର ପଣ୍ଡା ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ସାଂସଦ ପ୍ରତିନିଧୂ ଅଖୂଳ କୁମାର ପାତ୍ର ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ରାଜ୍ୟ ଓଷ୍ଟାର ପ୍ରାକୃନ ସମ୍ପାଦକ ତଥା ପଡୋଶୀ ହରିଚନ୍ଦନପୁର ବ୍ଳକ ସମ୍ପାଦକ କାହ୍ନୁ ଚରଣ ସାମଲ, ବରିଷ୍ଠ ସାମ୍ବାଦିକ ସଂଜୟ କୁମାର ସାହୁ ଅନୁଷ୍କା କଲେଜର ଅଧ୍ୟକ୍ଷ, ପଂଚାନନ ବେହେରା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବାଳିକା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାନ୍ଧାରାପୁର ସ୍କୁଲର ବିଜ୍ଞାନ ଶିକ୍ଷକ ଟଙ୍କଧର ମହାନୁ ମୈଲାଣ ସ୍କୁଲର ଭୀମ ସେନ ସାହୁ, ତଣ୍ଡି ବେଡା ସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ ପୃଷ୍ଟି କଟରା ବେଡା ସ୍କୁଲର ସସ୍ମିତ ଦିଦି, ରମେଶ କୁମାର ସିଂ, ସୁରେଶ ପଲେଇ, ମୁରଲୀଧର ମହାକୁଡ ଆଦି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande