ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ
କେନ୍ଦ୍ରାପଡ଼ା, ୧୬ ଡିସେମ୍ବର(ହି.ସ.) – ପୌରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ଛାତ୍ରଛାତ୍ରୀ ୧୫ଟି ବିଭାଗରେ ବିଭିନ୍ନ ପ୍ରକାର କ୍ରୀଡ଼ାରେ ଭାଗ ନେଇଥିଲେ। ଏହି ଉତ୍ସବର
ଫକିରାବାଦ ଉଦ୍ଦ୍ୱୁର୍ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ


କେନ୍ଦ୍ରାପଡ଼ା, ୧୬ ଡିସେମ୍ବର(ହି.ସ.) – ପୌରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ଛାତ୍ରଛାତ୍ରୀ ୧୫ଟି ବିଭାଗରେ ବିଭିନ୍ନ ପ୍ରକାର କ୍ରୀଡ଼ାରେ ଭାଗ ନେଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ୧୬ନଂ. ୱାର୍ଡ଼ କାଉନସିଲର ଶ୍ରୀମତୀ ଫରଜାନ ଖାତୁନ ଓ ମୁଖ୍ୟବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା ଯୋଗ ଦେଇଥିଲେ। ଉତ୍ସବରେ ଶିକ୍ଷୟିତ୍ରୀ ସମିନା ଜେନା ଅତିଥି ପରିଚୟ କରିଥିଲେ। ବିଦ୍ୟାଳୟର ସଭାପତି ମିର୍ ସମସ୍ତ ତବରେଜ, ସଦସ୍ୟା ମିର୍ ଅବୁକତାଜ, ରହିମା ଖାତୁନ, ରମତୁନ ବିବି, ରଜୁଆନ ବିବି, ମିର ରଫିକ, ସେକ ସୌକତ, ଗଙ୍ଗାୟ କୁମାର ବିଶ୍ୱାଳ, ରଶ୍ମିରଞ୍ଜନ ରାଉତ ଛାତ୍ରଛାତ୍ରୀମାନଙ୍କ ଖେଳରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande