ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ମଙ୍ଗଳବାର ଦିନ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀରରେ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ବ କରିଥିଲେ। ପ୍ରେମ ଚାନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ
ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ରେ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବ


ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ମଙ୍ଗଳବାର ଦିନ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀରରେ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ବ କରିଥିଲେ। ପ୍ରେମ ଚାନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବି ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା ରୂପେ ଏଵଂ ନୀଳମଣି ପଟେଲ, ବିଇଓ ବଲାଂଗୀର ଓ ଦିଲୀପ ଯୋଶୀ ବିଇଓ ସଇଁତଳା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ମୋଟ୍ ୧୨ଟି ପ୍ରତିଯୋଗିତା ବରିଷ୍ଠ ଓ କନିଷ୍ଠ ବିଭାଗ ପାଇଁ କରାଯାଇଥିଲା। ବରିଷ୍ଠ ବିଭାଗରେ ଅର୍ଚ୍ଚିତା ମହାନ୍ତି ଓ କନିଷ୍ଠ ବିଭାଗରେ ରିଶିକା ଷଣ୍ଢ ଚାମ୍ପିଅନ ହୋଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପିଲାମାନଙ୍କର ଶୈଖିକ ଓ ଅଣଶୈଖିକ ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍ସାହମୂଳକ ଭାବେ ପ୍ରତ୍ୟେକ ଶ୍ରେଣୀରୁ ଜଣେ ଲେଖାଏଁ ଛାତ୍ରୀଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କାର ଦିଆଗଲା। ଦଶମ କ ରୁ ଛାତ୍ରୀ ରୋଷଣୀ ଭେଶ୍ରା ଓ ଦଶମ ଖ ରୁ ଛାତ୍ରୀ ଶୁଭଶ୍ରୀ ନାୟକଙ୍କୁ ଗତ ଏସ ଏ-୧ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଯୋଗୁ ପୁରସ୍କୃତ କରାଗଲା।

ବିବରଣୀ ପଠନ କରିଥିଲେ କ୍ରୀଡା ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ। ସଭା କାର୍ଯ୍ୟ ସଂଯୋଜନା କରିଥିଲେ ଶ୍ରୀମତୀ ଅରୁନ୍ଧତୀ ବଢେଇ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ସଭାରେ ପୂର୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande