ଷ୍ଟାର ଏକାଡେମି ପ୍ରତିଯୋଗିତା ବାର୍ଷିକ କ୍ରୀଡାଯାଗିତାର ଉଦଯାପିତ
କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଷ୍ଟାର ଏକାଡେମି ପ୍ରତିଯୋଗିତା ବାର୍ଷିକ କ୍ରୀଡାଯାଗିତାର ଉଦଯାପିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ସମାରୋହ ଆଜି ଏକାଡେମୀର ଅଧ୍ୟାକ୍ଷା ସୁନିତା ମହାନ୍ତିଙ୍କ ଅଧ୍ୟକ୍ଷାତାରେ
ଷ୍ଟାର ଏକାଡେମି ପ୍ରତିଯୋଗିତା ବାର୍ଷିକ କ୍ରୀଡାଯାଗିତାର ଉଦଯାପିତ


କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଷ୍ଟାର ଏକାଡେମି ପ୍ରତିଯୋଗିତା ବାର୍ଷିକ କ୍ରୀଡାଯାଗିତାର ଉଦଯାପିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ସମାରୋହ ଆଜି ଏକାଡେମୀର ଅଧ୍ୟାକ୍ଷା ସୁନିତା ମହାନ୍ତିଙ୍କ ଅଧ୍ୟକ୍ଷାତାରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଓସ୍କା ର ସମ୍ପାଦିକା ଧରିତ୍ରୀ ରାଉତ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସଦସ୍ୟ ହିମାଂଶୁ ଶେଖର ମହାନ୍ତି ଏହି କ୍ରୀଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଏହି ଉଦଯାପନୀ ଦିବସରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ ମାନସ ରଞ୍ଜନ ସାହୁ ଏବଂ ଜିଲ୍ଲ କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଏବଂ ସିଡବ୍ଲୁସି ସଦସ୍ୟା ସୋନାଲି ସିଂହ ସମ୍ମାନିତ ଅତିଥ୍ ରୂପେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କ ମନ ମୋହିଥିବା ବେଳେ ଉଦଜାପନୀ ଉତ୍ସବକୁ ବେଶ ଆକର୍ଷଣୀୟ କରିଥିଲା। ଏହି ଉଦଯାପନୀ ସମାରୋହର ସଂଯୋଜିକା ସୁପ୍ରିୟା ପଣ୍ଡା ମଂଚ ପରିଚାଳନା କରିଥୂବା ବେଳେ କ୍ରୀଡା ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ସହଯୋଗରେ ଦୁଇଦିନ ବ୍ୟାପି ଏହି କ୍ରୀଡା କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥୂଲା। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟତ୍ରୀ ମିତାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande