
ଚମ୍ପୁଆ, ୧୬ ଡିସେମ୍ବର (ହି.ସ.) - ମାର୍କ କମିବା ଫଳରେ ମହାବିଦ୍ୟାଳୟ ର ଅଧିକାଂଶ ଛାତ୍ର ଛାତ୍ରୀ ଫେଲ ହୋଇ ଯାଇଥିବାରୁ ଏହାକୁ ପ୍ରତିବାଦ କରି ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଫାଟକ ସମ୍ମୁଖରେ ଚମ୍ପୁଆ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରିଛନ୍ତି। ନୂତନଭାବେ ଖୋଲିଥିବା ଡିଡି ୟୁନିଭରସିଟିରେ ଛାତ୍ର ଛାତ୍ରୀଙ୍କୁ କମ ମାର୍କ ଦେବାରୁ ମହାବିଦ୍ୟାଳୟର ସର୍ବାଧିକ ଛାତ୍ର ଛାତ୍ରୀ ଫେଲ ହେବାକୁ ନେଇ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଆଜି ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଆନ୍ଦୋଳନ କରିବାସହ ହୋ ହାଲ୍ଲା କରିଛନ୍ତି। ଯୁକ୍ତ ତିନିର ପ୍ରଥମ ସେମିଷ୍ଟାରରେ ପିଲାଙ୍କୁ କମ ମାର୍କ ଦିଆ ଯାଇଥିବାରୁ ମହାବିଦ୍ୟାଳୟର ଅଧୀକାଂଶ ପିଲା ଫେଲ ହୋଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ଫଳରେ ଏହାକୁ ନେଇ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିଥିବା ବେଳେ ପରେ ପୁଲିସ ସହିତ ଚମ୍ପୁଆ ତହସିଲଦାର, ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଂଚି ପିଲାଙ୍କୁ ବୁଝାଶୁଝା କରିବା ପରେ ପିଲାମାନେ ଆନ୍ଦୋଳନରୁ ଓହରି ଥିଲେ। ପିଲାଙ୍କ ଆନ୍ଦୋଳନ ପାଇଁ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହେବା ସହିତ ରାସ୍ତାର ଉଭୟ ପାଶ୍ୱରେ ଗାଡି ମଟର ଅଟକି ରହିଥିଲା।
ହିନ୍ଦୁସ୍ଥାନ ସମାଚାର / Trinath Mahanta