ସ୍ୱଦେଶୀ ସଂକଳ୍ପ ସହ ପାରମ୍ପରିକ ବିଭିନ୍ନ ରାଜ୍ୟର ଭାରତୀୟ ଖାଦ୍ୟମେଳା ଅନୁଷ୍ଠିତ
ବଲାଙ୍ଗୀର, ୧୬ ଡିସେମ୍ବର(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ ତଥା ସ୍ୱଦେଶୀ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି ଓ ରାଜ୍ୟ ସରକାର ସ୍ୱଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର ନେଇ ରାଜ୍ୟବାସୀଙ୍କୁ ସଚେତନ ତଥା ଆକୃଷ୍ଟ କରିବାପାଇଁ ଅଭିନବ ଯୋଜନାର କାର୍ଯ୍ୟକାରିତା ଉପ
ସ୍ୱଦେଶୀ ସଂକଳ୍ପ ସହ ପାରମ୍ପରିକ ବିଭିନ୍ନ ରାଜ୍ୟର ଭାରତୀୟ ଖାଦ୍ୟମେଳା ଅନୁଷ୍ଠିତ :


ସ୍ୱଦେଶୀ ସଂକଳ୍ପ ସହ ପାରମ୍ପରିକ ବିଭିନ୍ନ ରାଜ୍ୟର ଭାରତୀୟ ଖାଦ୍ୟମେଳା ଅନୁଷ୍ଠିତ :


ସ୍ୱଦେଶୀ ସଂକଳ୍ପ ସହ ପାରମ୍ପରିକ ବିଭିନ୍ନ ରାଜ୍ୟର ଭାରତୀୟ ଖାଦ୍ୟମେଳା ଅନୁଷ୍ଠିତ :


ସ୍ୱଦେଶୀ ସଂକଳ୍ପ ସହ ପାରମ୍ପରିକ ବିଭିନ୍ନ ରାଜ୍ୟର ଭାରତୀୟ ଖାଦ୍ୟମେଳା ଅନୁଷ୍ଠିତ :


ସ୍ୱଦେଶୀ ସଂକଳ୍ପ ସହ ପାରମ୍ପରିକ ବିଭିନ୍ନ ରାଜ୍ୟର ଭାରତୀୟ ଖାଦ୍ୟମେଳା ଅନୁଷ୍ଠିତ :


ବଲାଙ୍ଗୀର, ୧୬ ଡିସେମ୍ବର(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ ତଥା ସ୍ୱଦେଶୀ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି ଓ ରାଜ୍ୟ ସରକାର ସ୍ୱଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର ନେଇ ରାଜ୍ୟବାସୀଙ୍କୁ ସଚେତନ ତଥା ଆକୃଷ୍ଟ କରିବାପାଇଁ ଅଭିନବ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଉଛନ୍ତି ଓ ଯାହା ଦ୍ୱାରା ସ୍ଥାନୀୟ ଉତ୍ପାଦର ଚାହିଦା ଏବଂ ବ୍ୟବହାରରେ ବୃଦ୍ଧି ଆସିବ। ଏ କ୍ରମରେ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ପୂର୍ବାହ୍ନ ୧୧. ୩୦ ମି.ରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଏକ ସ୍ୱଦେଶୀ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଉପସ୍ଥିତ ସମସ୍ତ ଛାତ୍ରୀ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ କରିଥିଲେ ଓ ଏହା ସହ ଅପରାହ୍ନ ୨. ୩୦ ମି. ରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରୀମାନଙ୍କଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଖାଦ୍ୟ ମେଳାକୁ ମଧ୍ୟ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଉଦ୍‌ଘାଟନ କରିଥିଲେ ଓ ଏଥିରେ ଛାତ୍ରୀମାନେ ନିଜଘରେ ପ୍ରସ୍ତୁତ ବିଭିନ୍ନ ଭାରତୀୟ ପାରମ୍ପରିକ ଖାଦ୍ୟ ସ୍ଥାନିତ କରିଥିଲେ ଓ ସ୍ୱଦେଶୀ ଖାଦ୍ୟମେଳାରେ ବହୁ ସଂଖ୍ୟାରେ ଅଧ୍ୟାପକ/ଅଧ୍ୟାପିକା ତଥା ଛାତ୍ରୀମାନେ ଅଂଶଗ୍ରହଣ କରି ଭାରତୀୟ ବ୍ୟଞ୍ଜନର ମଜା ନେଇଥିଲେ।

ଏ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ରତିକାନ୍ତ ନାଏକ, ଅଜିତ କୁମାର ପଣ୍ଡା, ଡ଼ଃ ଅନୁରାଧା ମିଶ୍ର, ଡ଼ଃ ମିନତୀ ଦେବତା, ସଂଯୁକ୍ତା କୁମାରୀ ନାୟକ, ସୁଚେତା ଦୋରା, ଡ଼ଃ ସିଦ୍ଧେଶ୍ୱର ପ୍ରଧାନ, ପ୍ରତୀକ୍ଷା ପ୍ରତିଶ୍ରୁତି ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande