
ଜୟପୁର, ୧୬ ଡିସେମ୍ବର (ହି.ସ.) - ଜୟପୁର ସହରରେ କେହି ମୃତାହତ ନ ହୁଅନ୍ତୁ। ଦୁର୍ଘଟଣା ଏଡାଇବା ପାଇଁ ପୁଲିସର ଏକ ନୂଆ ଅଭିଯାନ ଚାଲିଛି ଡ୍ରଙ୍କ୍ ଆଣ୍ଡ ଡ୍ରାଇଭ୍ ଚେକିଙ୍ଗ ଅଭିଯାନ। ପ୍ରତିଦିନ ଏକାଧିକ ଲୋକ ଧରାପଡୁଥିବା ବେଳେ ମଦପିଇ ଗାଡି ଚଳାଇବା ଅଭିଯୋଗରେ ଆଜି ଟାଉନ ପୁଲିସ ୫ ଜଣକୁ ଧରିଥିବା ବେଳେ ଗତକାଲି ୭ଜଣକୁ ଧରିଥିଲା। ସେହିପରି ସଦର ପୁଲିସ ମଧ୍ୟ ଗତକାଲି ରାତି ୩ଜଣକୁ ଧରିଥିବା ଜଣାପଡିଛି। କାର ଡ୍ରାଇଭର ଓ ବାଇକ ଚାଳକ ମାନଙ୍କର ଗାଡିକୁ ଜବତ କରି ଗାଡି ଗୁଡିକୁ କୋର୍ଟ ଚାଲାଣ କରାଯାଉଛି। ନୋଟିସ ପରେ ଅମାନିଆକୁ ତାଗିଦ କରି ଛଡାଯାଇଥିବା ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସହରର ଚାରି କୋଣରେ ଏବଂ ସଦର ଥାନା ଅଂଚଳର ସମସ୍ତ ପ୍ରବେଶ ଦ୍ୱାର ମାନଙ୍କରେ ରାତି ଅଧିଆ ପୁଲିସ ପଇଁତରା ମାରିବା ସହ ମଦୁଆ ମାନଙ୍କୁ ଜଗି ବସିଥାଉଛି। ଡ୍ରାଇଭର ଓ ବାଇକ ଚାଳକ ମାନଙ୍କୁ ବ୍ରେଥଆନାଲିଜର ରେ ଚେକିପ୍ସ କରି ୪୦ ଏମଜିରୁ ଅଧିକ ଥିବା ଲୋକଙ୍କୁ ଅଟକ ରଖି ସେମାନଙ୍କ ନାମରେ ମାମଲା ରୁଜୁ କରୁଛି। ଗାଡିଚାଳକ ମାନେ ଆବଶ୍ୟକ କାଗଜପତ୍ର ଦାଖଲ ଏବଂ କୋର୍ଟରେ ଜୋରିମାନା ବାନ୍ଧି ଏନଓସି ଆଣିବା ପରେ ଜବତ ଗାଡି ଗୁଡିକୁ ହସ୍ତାନ୍ତର କରାଯାଉଛି। ଏହି ଧରପଗଡ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି