
କୋରେଇ, ୧୬ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆ ଟାଟା ମୋଟର ସମ୍ମୁଖରେ ଛିଡା ହୋଇଥିବା ଏକ ସିମେଂଟ ବୋଝେଇ ଟ୍ରକ ପଛରେ ଟ୍ରଲର ଧକ୍କା ଦେବା ଫଳରେ ଟ୍ରଲର ଚାଳକ ଅଳ୍ପକେ ବର୍ତି ଯାଇଛି । ପ୍ରକାଶଯେ ୨୦ ନମ୍ବର ଜାତୀୟ ରାଜପଥରେ ନୂଆ ଟାଟାମୋଟର ଆଗରେ ଏକ ସିମେଂଟ ବୋଝେଇ ଟ୍ରକ ସେମାବାର ରାତ୍ରୀ ରାସ୍ତା କଡରେ ଛିଡା ହୋଇଥିଲା । ବିଳମ୍ବିତ ରାତ୍ରୀରେ ଏକ ଟ୍ରଲର ପଛରୁ ଆସୁଥିବା ବେଳେ ଏକ କାର ପଛରୁ ପଶି ଆସିବାରୁ ଟ୍ରଲରଟି ବାମକୁ କାଟି ଦେବାରୁ ଟ୍ରକ ପଛରେ ପିଟି ହୋଇଥିଲା ।ଉଭୟ ଗାଡି ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଚାଳକ ଅଳ୍ପକେ ବର୍ତିଯାଇଥିଲା । ଘଟଣାସ୍ଥଳେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ