
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.)- ପବିତ୍ର ଧନୁ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିବଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି
ଯେ, ଓଡ଼ିଆ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଏକ ସ୍ୱତନ୍ତ୍ର ଦିନ ପବିତ୍ର ଧନୁ ସଂକ୍ରାନ୍ତି
ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ଦିନଠାରୁ ଶ୍ରୀମନ୍ଦିରରେ
ପହିଲି ଭୋଗ ଆରମ୍ଭ ହେବା ସହ ଧନୁ ମୁଆଁ ଭୋଗ ଲାଗି ହୋଇଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା