
ଭୁବନେଶ୍ୱର, 16 ଡିସେମ୍ବର (ହି.ସ)-
ଧଉଳି ଥାନା ଅଞ୍ଚଳରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ
ଅଭିଯୁକ୍ତ ହେଲେ ବାଙ୍କୀର ବିଭୁ ପ୍ରସାଦ ମିଶ୍ର ଓ କଟକ ଓଲଟପୁରର କାଳନ୍ଦି ପାତ୍ର । ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ । ଦୟା ନଦୀ କୂଳରେ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ
ହୋଇଥିଲା । ଘଟଣାକୁ
ସମ୍ବେଦନଶୀଳ ଭାବେ ନେବା ସହ ଘଟଣା ସ୍ଥଳକୁ ମହିଳା କମିଶନଙ୍କ ଏକ ଟିମ୍ ଯାଇଛି । ଏହି ଟିମ୍
ଧଉଳି ଥାନାରେ ପହଂଚି ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା