ଧଉଳି ଘଟଣାରେ ସରକାର ଉଚିତ ପଦକ୍ଷେପ ନେବେ- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 16 ଡିସେମ୍ବର (ହି.ସ)-ଧଉଳି ଗଣଦୁଷ୍କର୍ମ ମାମଲା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର କୌଣସି ବି ଅପରାଧ କୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ
ଧଉଳି ଘଟଣାରେ ସରକାର ଉଚିତ ପଦକ୍ଷେପ ନେବେ- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 16 ଡିସେମ୍ବର (ହି.ସ)-ଧଉଳି ଗଣଦୁଷ୍କର୍ମ ମାମଲା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର କୌଣସି ବି ଅପରାଧ କୁ ଗୁରୁତର ସହ ବିଚାର

କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ

କାର୍ଯ୍ୟାନୁଷ୍ଠନ ନେଇଛନ୍ତି ସରକାର।ସବୁ ମାମଲରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି। ଧଉଳି

ଘଟଣାରେ ବି ସରକାର ଉଚିତ ପଦକ୍ଷେପ ନେବେ। ସରକାର ଫାଷ୍ଟ ଟ୍ରାକ ମହିଳା କୋର୍ଟ ବାବଦରେ ଚିନ୍ତା

କରୁଛନ୍ତି। ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande