ଧର୍ମଶାଳା ପ୍ରସିଦ୍ଧ ଗଜଉଦ୍ଧାରଣ ପୂଜା ଆରମ୍ଭ
ଧର୍ମଶାଳା,୧୬ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଠାରେ ପବିତ୍ର ଧନୁସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ପୂଜା ଆଜି ଠାରୁ ଆରମ୍ଭ ହୋଇଛି । ପୂଜା ମଣ୍ଡପରେ ଲକ୍ଷ୍ମୀନାରାୟଣଙ୍କ ମୃଣମୟୀ ମୁର୍ତୀ ସାଙ୍ଗକୁ ବିଭିନ୍ନ ପୌରାଣିକ ମୂର୍ତୀ ପ୍ରତିଷ୍ଠା କରାଯାଇ ଆଜି ଠା
ଧର୍ମଶାଳା ପ୍ରସିଦ୍ଧ  ଗଜଉଦ୍ଧାରଣ ପୂଜା ଆରମ୍ଭ


ଧର୍ମଶାଳା,୧୬ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଠାରେ ପବିତ୍ର ଧନୁସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ପୂଜା ଆଜି ଠାରୁ ଆରମ୍ଭ ହୋଇଛି । ପୂଜା ମଣ୍ଡପରେ ଲକ୍ଷ୍ମୀନାରାୟଣଙ୍କ ମୃଣମୟୀ ମୁର୍ତୀ ସାଙ୍ଗକୁ ବିଭିନ୍ନ ପୌରାଣିକ ମୂର୍ତୀ ପ୍ରତିଷ୍ଠା କରାଯାଇ ଆଜି ଠାରୁ ପୂଜା କରାଯାଇଛି । ଧର୍ମଶାଳା ମହୋତ୍ସବ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପୂଜାରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡା ଓ ପ୍ରଫୁଲ୍ଲ କୁମାର ରାଉତ କର୍ତା ଭାବେ ଯୋଗଦେଇ ପୁଜା କାର୍ଯ୍ୟ କରିଛନ୍ତି । ଆଜି ସକାଳୁ ନଦୀରୁ ଜଣ ଅଣାଯାଇ ମଣ୍ଡପରେ କଳସ ପ୍ରତିଷ୍ଠା କରାଯିବା ସହ ରିତିନିତି ଅନୁଯାୟୀ ପୂଜା ଆରମ୍ଭ ହୋଇଛି । ଏହି ପୂଜା ଅବସରରେ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ଶୁଭ ଉଦଘାଟନ କରାଯିବ । ପୂଜାର ପ୍ରଥମ ସଂନ୍ଧ୍ୟାରେ ମଣ୍ଡପ ନିକଟରେ ଚହଟା ଓ ଚୋରମୁହାଁ ଗ୍ରାମର ସଂକୀର୍ତନମଣ୍ଡଳୀଙ୍କ ଦ୍ୱାରା କୀର୍ତନ ପରିବେଷଣ କରାଯିବ । ସେହିପରି ୨୪ ତାରିଖ ପର୍ଯ୍ୟନ୍ତ ମଣ୍ଡପ ନିକଟରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପୂଜା ଅବସରରେ ମଣ୍ଡପ ସମ୍ମୁଖରେ ସୁଉଚ୍ଚ ତୋରଣ କରାଯାଇଥିବା ବେଳେ ରଙ୍ଗିନ ଆଲୋକମାଳାରେ ଜାରକା ବଜାରକୁ ସଜାଇ ଦିଆଯାଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ଏହି ପୂଜା ଆସନ୍ତା ୧୮ ତରିଖ ବୁଧବାର ପୁର୍ଣ୍ଣାହୁତି କରାଯାଇ ବିସର୍ଜନ କରାଯିବ ବୋଲି କମିଟି ସଭାପତି ରବିନାରାୟଣ ସାହୁ ଓ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ସୂଚନା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande