
ଧର୍ମଶାଳା,୧୬ଡିସେମ୍ବର(ହି.ସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶିକ୍ଷ୍ୟା ମଣ୍ଡଳ ଅଧୀନରେ ଥିବା ବାଲିଗରୀ ଉପ୍ରା ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶମ୍ଭୁନାଥ ମଲିକ (୫୭)ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ. ଡାକ୍ତର ଖାନାରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ମୃତ ଶରୀର କୁ ଘରକୁ ଆଣାଯିବା ବେଳେ ଜାରକା ଶାନ୍ତିବଜାରରେ ସିଆରସିସି ସେକ ସମସୁଦ୍ଦିନ ଙ୍କ ନେତୃତ୍ୱ ଧର୍ମଶାଳା ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସ୍ୱର୍ଗତ ମଲିକ ଶିକ୍ଷା ଶେଷ କରି ପ୍ରଥମେ ଧର୍ମଶାଳା ପ୍ରାଇମେରୀ ସ୍କୁଲ ରେ ଶିକ୍ଷକତା କରିବାପରେ ନିକଟସ୍ଥ ଚୋରମୁହାଁ ପ୍ରାଥମିକ ବିଦ୍ୟାଳୟ ଓ ପରେ ଏହି ପଂଚାୟତର ବାଲିଗରୀ ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ ରତ କରିଥିଲେ । ଦୀର୍ଘ ଦିନହେବ ସେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଶିକ୍ଷ୍ୟା ଦାନ କରିଆସୁଥିଲେ । ୨ ଦିନପୁର୍ବରୁ ଦେହ ଅଧିକ ଅସୁସ୍ଥ ହେବାରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ. ଡାକ୍ତର ଖାନାରେ ସଚିକିତ୍ସତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଖବର ଶୁଣି ଧର୍ମଶାଳା ବିଧାୟକ ଙ୍କ ନେତୃତ୍ୱ ରେ ଅଂଶୁମାନ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ସହିତ ବିଜେପି ନେତା ଆଲୋକ ଲେଙ୍କା ,ଶରତ କୁମାର ନାୟକ, ନାରାୟଣ ମଲିକ, ଅନାମ ମଲିକ, ହରିହର ମଲିକ, ଉମାକାନ୍ତ ମୁଦୁଲି, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭାବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ । ଶିକ୍ଷକଙ୍କ ମୃତ୍ୟୁରେ ବିଧାୟକ ହିମାଂଶୁ ଶେଖର ସାହୁ ଗଭିର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ମଲିକଙ୍କ ମରଶରୀରରକୁ ଏକ ଶୋଭାଯାତ୍ରରେ ଗ୍ରାମ ପରିକ୍ରମା କରାଇ ପୁରୀ ସ୍ଥିତ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଏକ ମାତ୍ର ପୁଅ ଆଶିଷ ମଲିକ ମୁଖାଗ୍ନି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ