
ଭୁବନେଶ୍ୱର, 16 ଡିସେମ୍ବର (ହି.ସ)-
ଯାଜପୁରରେ ସେମିତି ପତିଆରା ଲଢେଇ କିଛି ନାହିଁ । ଛୋଟ କମେଣ୍ଟ ମରାକୁ ନେଇ ଧର୍ମଶାଳାରେ
ଗଣ୍ଡଗୋଳ ଘଟଣା ଘଟିଛି । ତାହା ରାଜନୈତିକ ଘଟଣା ନୁହେଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ
ସାମନ୍ତ କହିଛନ୍ତି । ଦେଢ଼ ବର୍ଷ ଭିତରେ
ରାଜ୍ୟରେ କେଉଁଠି ବି ରାଜନୈତିକ ହିଂସା କାଣ୍ଡ ଘଟିନାହିଁ । ସୁକିନ୍ଦାରେ ବଡ଼ ରାଜନୀତିଜ୍ଞ
ଅଛନ୍ତି ପୁଣି ବାପ ପୁଅ କିନ୍ତୁ କେଉଁ ଦିନ ଗଣ୍ଡଗୋଳ କଥା ସାମ୍ନାକୁ ଆସିଛି କି । ପ୍ରତ୍ୟେକ
ଦିନ ବିଜେଡି ଛାଡ଼ି ଲୋକ ବିଜେପିରେ ମିଶୁଛନ୍ତି । ଧର୍ମଶାଳାରେ ବି ସେମିତି କିଛି ନାହିଁ ।
କମେଣ୍ଟ ମରାକୁ ନେଇ ଛୋଟ ମୋଟ ଘଟଣା ଘଟିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା