
ଭୁବନେଶ୍ୱର, 16 ଡିସେମ୍ବର (ହି.ସ)-
ମୋକିମଙ୍କ ବହିଷ୍କାର ଉପରେ ନିରଞ୍ଜନ ପଟ୍ଟନାୟକଙ୍କ କଥାରେ ସହମତି ପ୍ରକାଶ କରି ଜୟଦେବ ଜେନା
କହିଛନ୍ତି ଯେ, ମୋକିମ ଦଳ ପାଇଁ ଆସେଟ ଥିଲେ ମୁଁ ଅସ୍ବୀକାର କରୁନି । ମୋକିମଙ୍କ ସହ ପର୍ଯ୍ୟାୟ
କ୍ରମେ ଆଲୋଚନା ହୋଇଥିଲେ ଆଗକୁ ଏତେ କଥା ଯାଇନଥାନ୍ତା । ମୋକିମଙ୍କ ଭଳି ବୁଝିବା ଲୋକ
କାହିଁକି ଏଭଳି କଲେ ମୁଁ ବୁଝି ପାରୁନି । ଚିଠି ଲେଖି ମିଡ଼ିଆକୁ ଦେବା ଅଗ୍ରହଣୀୟ । ନେତୃତ୍ୱକୁ ଚ୍ୟାଲେଞ୍ଜ କରି
ପୂର୍ବରୁ ବହୁ ସ୍ୱର ଉଠିଛି । ସବୁ ସ୍ୱର ମିଳେଇ
ଯାଇଛି । ରାହୁଲ ଓ ଖଡ଼ଗେଙ୍କୁ
ଚ୍ୟାଲେଞ୍ଜ କରିବା କେହି ଗ୍ରହଣ କରିବେ ନାହିଁ । ଶୃଙ୍ଖଳା କମିଟି ସବୁ ବିଚାର କରି ଆକ୍ସନ ନେଇଛନ୍ତି । ଭକ୍ତଙ୍କୁ ଅନୁରୋଧ ସମସ୍ତଙ୍କୁ ନେଇ କାମ କରନ୍ତୁ । ଆମେ ତାଙ୍କ ସହ ଅଛୁ
ବୋଲି ଜୟଦେବ ଜେନା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା