ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କଲେ ମନ୍ତ୍ରୀ
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.) ବିରୋଧୀ ତିଳକୁ ତାଳ କରୁଛନ୍ତି କିନ୍ତୁ ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ- ସମବାୟ ମନ୍ତ୍ରୀ ମୁଁ ସିଧାସଳଖ କଥା ହେଉଛି ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରୁଛି - ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ପାଇଁ ବିରୋଧ
ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ     କଲେ ମନ୍ତ୍ରୀ


ଭୁବନେଶ୍ୱର, 16 ଡିସେମ୍ବର (ହି.ସ.)

ବିରୋଧୀ ତିଳକୁ ତାଳ କରୁଛନ୍ତି କିନ୍ତୁ ସେମିତି ବଡ଼ ଆନ୍ଦୋଳନ

କେଉଁଠି ନାହିଁ- ସମବାୟ ମନ୍ତ୍ରୀ

ମୁଁ ସିଧାସଳଖ କଥା ହେଉଛି ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ

ମନିଟରିଂ କରୁଛି

- ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ପାଇଁ ବିରୋଧୀଙ୍କୁ

ଦାୟୀ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବିରୋଧୀ ତିଳକୁ ତାଳ କରୁଛନ୍ତି କିନ୍ତୁ

ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ । ମୁଁ ସିଧାସଳଖ କଥା ହେଉଛି ଜିଲ୍ଲାପାଳ ଓ ଅଧିକାରୀଙ୍କ

ସହ କଥା ହୋଇ ମନିଟରିଂ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ ଟି

ଜିଲ୍ଲାରେ ମଣ୍ଡି ଖୋଲିଛି । ବରଗଡ଼ରେ ୬୪ ହାଜର ୯୧୩ ମେଟ୍ରିକ ଟନ ଆସିଥିବା ବେଳେ ସେଥିମଧ୍ୟରୁ

୬୪ ହାଜର ୬୫୨ ମେଟ୍ରିକ ଟନ ଧାନ ଉଠା ଯାଇଛି । ବଲାଙ୍ଗୀର ରୁ ୧୬୦ ମେଟ୍ରିକ ଟନ ଆସିଥିଲା ସେଥିମଧ୍ୟରୁ

୧୫୭ ମେଟ୍ରିକ ଟନ ଧାନ ଉଠାଯାଇଛି । କଳାହାଣ୍ଡିରୁ ୧୧ ହଜାର ୫୪୨ ମେଟ୍ରିକ ଟନ ଧାନ ଆସିଥିବା

ବେଳେ ୧୧ ହଜାର ୪୮୬ ମେଟ୍ରିକ ଟନ ଧାନ ଉଠା ଯାଇଛି । ନୂଆପଡା ରେ ୭ ହଜାର ୭୯୮ ମେଟ୍ରିକ ଟନ ଧାନ

ଆସିଥିବା ବେଳେ ସେଥିରୁ ୭ ହଜାର ୭୨୭ ମେଟ୍ରିକ ଟନ ଧାନ ଉଠି ଯାଇଛି । ସମ୍ବଲପୁର ୬୯ ହଜାର ୯୮୮

ମେଟ୍ରିକ ଟନ ଆସିଥିବା ବେଳେ ୬୯ ହଜାର ୯୭୦ ମେଟ୍ରିକ ଟନ ଧାନ ଉଠି ଯାଇଛି । ସୋନପୁରରୁ ୩୭

ମେଟ୍ରିକ ଟନ ଓ ସୁନ୍ଦରଗଡରୁ ୧୧ ମେଟ୍ରିକ ଟନ ଧାନ ଆସିଥିବା ବେଳେ ସବୁ ଧାନ ଉଠି ଯାଇଛି । କିଛି

ସ୍ଥାନରେ ଟୋକନ ପହଁଚିନଥିବାରୁ ଆନ୍ଦୋଳନ ହେଉଛି କିନ୍ତୁ ଆମେ ନିର୍ଦ୍ଦେଶ ଦେଇଛୁ ଟୋକନ

ପହଞ୍ଚାଇବା ସହ ସବୁ ସମସ୍ୟାର ସମାଧାନ କରିବେ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande