ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ନିମନ୍ତେ ପ୍ରସ୍ତୁତି
ଧର୍ମଶାଳା,୧୬ଡିସେମ୍ବର(ହି.ସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ଅନ୍ତର୍ଗତ ସିଦ୍ଧପୀଠ ଗଲଗଲି ଶଙ୍ଖଠାରେ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ମିର୍ଜାପୁର ପଂଚାୟତ ଅନ୍ତର୍ଗତ ଅରଙ୍ଗାବାଦ ସ୍ଥିତ ଶ୍ରୀ
ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ନିମନ୍ତେ ପ୍ରସ୍ତୁତି


ଧର୍ମଶାଳା,୧୬ଡିସେମ୍ବର(ହି.ସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ଅନ୍ତର୍ଗତ ସିଦ୍ଧପୀଠ ଗଲଗଲି ଶଙ୍ଖଠାରେ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ମିର୍ଜାପୁର ପଂଚାୟତ ଅନ୍ତର୍ଗତ ଅରଙ୍ଗାବାଦ ସ୍ଥିତ ଶ୍ରୀ ଶ୍ୟାମସୁନ୍ଦରଜୀଉ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସଭାପତି ସମସ୍ତଙ୍କୁ ସ୍ୱାଗତ କରିବା ସହ ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞର ଉଦ୍ୟୋକ୍ତା ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ ରବି ଲାବଣ୍ୟଙ୍କ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କୋତପୁରର ପୂର୍ବତନ ସରପଂଚ ସନ୍ତୋଷ କୁମାର ଜେନା, କଂଟିଗଡିଆ ସମିତି ସଭ୍ୟ ଅରୂପାନନ୍ଦ ଜେନା, ଆଇନଜୀବୀ ଶ୍ୟାମସୁନ୍ଦର ଦାଶ, ସାମ୍ବାଦିକ ଅଭିମନ୍ୟୁ ଧଳ, ବିବେକାନନ୍ଦ ଦାସ, ରମେଶ ଗନ୍ତାୟତ, ଅଜୟ ପ୍ରଧାନ,ଜୟନ୍ତ ଜେନା, ରସାନନ୍ଦ ଦାସ ପ୍ରମୁଖ ବୈଠକରେ ଯୋଗଦେଇ ମହୋତ୍ସବକୁ ସରସ ସୁନ୍ଦର ତଥା ଶୃଙ୍ଖଳିତ କରିବା ନେଇ ମତ ଦେବା ସହିତ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଏହି ଉତ୍ସବରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଆସନ୍ତା ଜାନୁୟାରୀ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାରିଦିନ ମହୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ପଟୁଣିଆ ପଂଚାୟତ ସମେତ ସ୍ଥାନୀୟ ଛଅଗୋଟି ପଂଚାୟତର ମୁରବୀମାନଙ୍କୁ ନେଇ କମିଟି ଗଠନ କରିବାକୁ ବୈଠକରେ ସ୍ଥିର କରାଗଲା । ସର୍ବଶ୍ରୀ ନିତ୍ୟାନନ୍ଦ ବେହେରା, ବ୍ରଜକିଶୋର ମହାନ୍ତି, ପ୍ରଭାତ କୁମାର ପଣ୍ଡା, ଦୟାନିଧି ଦାଶ, ସୁଦର୍ଶନ ପଣ୍ଡା, ବିଷ୍ଣୁ ପ୍ରସାଦ ପତି, ସନ୍ଦିପ ଗନ୍ତାୟତ, ତ୍ରିଲୋଚନ ଦାଶ, ବିଶ୍ୱନାଥ ଜେନା, ମଦନ ମୋହନ ବଳ, ଶଶିକାନ୍ତ ଜେନା, କପିଳ ଗନ୍ତାୟତ, ଗୁଣମଣି ଦାସ ସମେତ ଛଅ ଗୋଟି ପଂଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇନଜୀବୀ ଶ୍ୟାମ ପ୍ରସାଦ ଦାଶ ଓ ଯୁବ ସଂଗଠକ ବିବେକାନନ୍ଦ ଦାସ ପ୍ରସ୍ତୁତି ବୈଠକକୁ ପରିଚାଳନା କରିଥିଲେ । ପ୍ରଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande