ଗୋ-ଟୁ-ମାର୍କେଟ ଷ୍ଟ୍ରାଟେଜି କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧୀନ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଆଜି ଦିନିକିଆ “ଗୋ-ଟୁ-ମାର୍କେଟ ଷ୍ଟ୍ରାଟେଜି” କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଓ-ହବ ଅଡିଟୋରିଅମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଚବେଟର.ଏଆଇ ଅନୁଷ୍ଠା
ାିାରପହବକ


ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧୀନ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଆଜି ଦିନିକିଆ “ଗୋ-ଟୁ-ମାର୍କେଟ ଷ୍ଟ୍ରାଟେଜି” କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଓ-ହବ ଅଡିଟୋରିଅମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଚବେଟର.ଏଆଇ ଅନୁଷ୍ଠାନର ପ୍ରତିଷ୍ଠାତା ବିନିତ ଅଗ୍ରୱାଲ୍ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବଜାରକୁ ନୂଆ କରି ପ୍ରଡକ୍ଟ ଆସିବା ପୂର୍ବରୁ ଓ ପରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଅବଗତ କରାଇଥିଲେ । ସୂଚନାଯୋଗ୍ୟ, ରାମ୍ପ (ରେଜିଂ ଆଣ୍ଡ ଏକ୍ସିଲରେଟିଂ ଏମଏସଏମଇ ପର୍ଫମାନ୍ସ) ପ୍ରୋଗ୍ରାମ୍ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande