
ମାଲକାନଗିରି, ୨୦ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉସ୍କାପାଲି ଗ୍ରାମରେ ଗତ ୧୭ ତାରିଖ ରାତ୍ରରେ ଗୁଣି ଗାରେଡି ସନ୍ଦେହ ରେ ହୋଇଥିବା ହତ୍ୟା ଘଟଣା ରେ କାଲିମେଳା ପୋଲିସ ଉକ୍ତ ଗ୍ରାମର ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାଇ ଗତ ୧୮.୧୨.୨୦୨୫ ସକାଳ ୧୧.୦୦ ଟାରେ ଦେବା ପଡ଼ିଆମି (୩୫) ଗାଁ ଉସ୍କାପାଲି, କାଲିମେଳା ଥାନାରେ ହାଜର ହୋଇ ଏକ ଲିଖିତ ରିପୋର୍ଟ ପ୍ରଦାନ କରିଥିଲେ ଯେ ୧୭.୧୨.୨୦୨୫ ରାତି ୮.୦୦ ରୁ ୯.୦୦ ଟା ମଧ୍ୟରେ ତାଙ୍କ ଭାଇ ମୁକା ପଡ଼ିଆମି ଘରେ ଶୋଇଥିଲେ । ସେହି ସମୟରେ ଅଭିଯୁକ୍ତ ମୁୟା ପଡ଼ିଆମି ଏବଂ କସା ପଡ଼ିଆମି ତାଙ୍କ ଘରେ ପଶି ତାଙ୍କ ଭାଇକୁ ଟାଙ୍ଗିଆ (କୁରାଢ଼ୀ) ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ। ସେମାନେ ଡାଆଣି ସନ୍ଦେହରେ ତାଙ୍କ ଭାଇକୁ ହତ୍ୟା କରିଥିଲେ । କାଲିମେଳା ଥାନାର ଆଇ.ଓ. ଏସଆଇ ବିଷ୍ଣୁ ପ୍ରସାଦ ଶବର ଏହି ଘଟଣାର ତଦନ୍ତ କରି କାଲିମେଳା ପିଏସ୍ କେସ୍ ନମ୍ବର-୨୯୩ ତାରିଖ: ୧୮.୧୨.୨୦୨୫ ଅଣ୍ଡର ସେକ୍ସନ -୧୦୩(୧)/୩(୫)ବି ଏନ ଏସ /ଆର ଡବ୍ଲୁ ଓଡ଼ିଶା ନିବାରଣ ଡାହାଣୀ-ଶିକାର ଆଇନର ଧାରା-୦୪ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ