
ସମ୍ବଲପୁର, ୨୦, ଡିସେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଂଚାୟତ ଜାମୁମାଲ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଗୁରୁବାର ଉଦଘାଟିତ ହୋଇଥିଲା । ଉଦଘାଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ବରିହା ମଶାଲ ଜାଳି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସେହିପରି ଶୁକ୍ରବାର ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ନୁଚରଣ ଚରଣ ପ୍ରଧାନଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ବଡ଼ମାଳ ପଞ୍ଚାୟତ ସରପଞ୍ଚ ନରେଶ କୁମାର ନାଏକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଜେମାଦେଇ ମାଝୀ ଯୋଗଦେଇ ଛାତ୍ର ଜୀବନରେ ପାଠ ପଢା ସହ ଶାରୀରିକ ଚର୍ଯ୍ଯା ପାଇଁ ଖେଳକୁଦର ଉପକାରିତା ସମ୍ପର୍କରେ ବୁଝାଇଥିଲେ l ମୁଖ୍ୟବକ୍ତା ଭାବେ ସରେଇ ସିଆରସିସି ରମଣୀ କୁମାର କିସାନ ଯୋଗ ଦେଇ କ୍ରିଡାବିତ୍ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ବୃନ୍ଦ ନିଜ ନିଜର ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଭଲଭାବେ ପାଠ ପଢ଼ିବା ସହ ଉତ୍ତମ ମାନର ଖେଳ ଖେଳିବା ଦ୍ୱାରା ଶରୀର ସୁସ୍ଥ ସବଳ ରହେ ବୋଲି ସଚେତନ କରାଇଥିଲେ । ବିଭିନ୍ନ ଖେଳ ଓ ପ୍ରତିଯୋଗିତା ମାଧ୍ୟମରେ ବହୁ ପ୍ରତିଭାବାନ ମାନଙ୍କ ସହ ବନ୍ଧୁତ୍ଵା ସ୍ଥାପନ ହୋଇଥାଏ ବୋଲି କହିଥିଲେ l ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସୁନନ୍ଦା ପଟେଲ ଏବଂ ଶିକ୍ଷକ ସୁନୀଲ କୁମାର ନାଗ ଖେଳ ପରିଚାଳନା କରିଥିଲେ l ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଲମ୍ବଡିଆଁ, ଉଚ୍ଚଡିଆଁ, ଶହେ ମିଟର ଦୌଡ, ୨ ଶହ ମିଟର ଦୌଡ, ଡିସ୍କସ ଥ୍ରୋ, ସଟଫୁଟ ଥ୍ରୋ, ମେଜିକ ଚେୟାର, ବସ୍ତାଡିଆଁ, ବେଙ୍ଗଡିଆଁ, ପୁଚିଖେଳ, ବିସ୍କୁଟ ଖାଇବା ଇତ୍ୟାଦି ଖେଳ ପ୍ରତିଯୋଗିତା ହୋଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିଗଣ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ତପସ୍ୱନୀ ମାଝୀ, ବିକାସିନୀ ବଗର୍ତ୍ତୀ, ଅଙ୍କିତା ବଗର୍ତ୍ତୀ, ମହେଶ୍ୱର କାଲୋ, ରୋହିତ ନାଏକ, କୈଳାସିନୀ କାଲୋ ଏବଂ ରାଇବାରୀ ମୁଣ୍ଡା ପ୍ରମୁଖ ଖେଳ ପରିଚାଳନାରେ ଓ ସାହାଯ୍ୟ ସହଯୋଗ କରିଥିଲେ l ଶେଷରେ ସରୋଜ କୁମାର ପଟେଲ ଧନ୍ୟବାଦ ଜଣାଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ