ବନଖଣ୍ଡ ସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ବନଖଣ୍ଡ ସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ବନଖଣ୍ଡ ସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ


ବନଖଣ୍ଡ ସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ


ସମ୍ବଲପୁର, ୨୦, ଡିସେମ୍ବର (ହି.ସ.)ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବାମରା ବନଖଣ୍ଡ ଜମନକିରା ରେଞ୍ଜ ଭୋଜପୁର କାର୍ଯ୍ୟାଳୟ ପରିସରରେ ବନଖଣ୍ଡ ସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନୁଷ୍ୟ ବନ୍ୟପ୍ରାଣୀ ସହବାସ୍ଥାନ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଏସଏସ ସାଥି, ପ୍ରକୃତି ପ୍ରେମୀ, ଫରେଷ୍ଟର, ରେଞ୍ଜର, ଗାର୍ଡ, ୱାଚାର ଓ ଡିଏଫଓ ହାତୀର ଅଧିକାର ତଥା ହାତୀ ସମାଜ ର ଜଣେ ସହଯୋଗୀ ଅଙ୍ଗ ବୋଲି ବିସ୍ତୃତ ଆଲୋଚନା କରିଥିଲେ । ବାମରା ବନଖଣ୍ଡର ଖଣ୍ଡିୟ ବନାଧିକାରୀ ବିକ୍ରମ ଦେବ ପଟ୍ଟନାୟକଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅରୁଣାଚଳ ପ୍ରଦେଶ, ମିଜୋରାମ, ଆଣ୍ଡାମାନ ନିକୋବର ଦୀପାପୁଞ୍ଜର ପିସିସିଏଫ ଆଇଏଫଏସ ଅଶୋକ କୁମାର ବିଶ୍ୱାଳ ଯୋଗଦେଇ ଗଜରାଜ ଶ୍ରୀ ଗଣେଶ ବିଘ୍ନନାଶନଙ୍କ ବାହାନ, ସେ ଆମର ଶତ୍ରୁ ନୁହନ୍ତି ବୋଲି କହିଥିଲେ । ଏକଦା କଳିଙ୍ଗ ସାମ୍ରାଜ୍ୟ ୧ ଲକ୍ଷ ହାତୀଙ୍କ ଡାକରେ ଗଗନ ପ୍ରକମ୍ପିତ କରୁଥିବା ବେଳେ ଆଜି ମାତ୍ର ୨ ହଜାର ହାତୀ ରାଜ୍ୟରେ ଦେଖିବାକୁ ମିଳୁଛି l ତେଣୁ ତୁରନ୍ତ ଆମେ ସଚେତନ ହୋଇ ଆମର ଭାବନା ଶତ୍ରୁତାକୁ ଏଡାଇ ସେମାନଙ୍କୁ ରହିବା ପାଇଁ ଉପଯୁକ୍ତ ସ୍ଥାନ ଦେବା ଉଚିତ୍ । ମଣିଷ ସମାଜରେ ହାତୀ ଏକ ଅଂଶ ବିଶେଷ , ସେମାନଙ୍କୁ ଆମେ କେବେ ବି ଦୁରେଇ ପାରିବା ନାହିଁ ବୋଲି କହିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଚନ୍ଦକା ବନଖଣ୍ଡ ଅଧିକାରୀ ପିସିସିଏଫ, ଆଇ ଏଫ ଏସ୍ ସାତକୋଶିଆ ଡିଭିଜନର ସୁରେଶ ଚନ୍ଦ୍ର ମିଶ୍ର କହିଥିଲେ ହାତୀ ଏବେ ସଙ୍କଟରେ , ବନ୍ୟଜନ୍ତୁ ନ ରହିଲେ ଜଙ୍ଗଲ ରହିବ ନାହିଁ । ଇଶ୍ୱରଙ୍କ ସୃଷ୍ଟିରେ ହାତୀ ବି ଗୋଟିଏ ପ୍ରାଣୀ, ତେଣୁ ଆମେ ସେମାନଙ୍କୁ ସୁରକ୍ଷା ଦେଇ ବଞ୍ଚିବାର ସୁଯୋଗ ଦେବା ଆବଶ୍ୟକ । ଏହି ଅବସରରେ ଏଭର ଗ୍ରୀନର ପ୍ରମୁଖ, ତଥା ସମ୍ବଲପୁର ସଭାପତି ପ୍ରକାଶ ଚନ୍ଦ୍ର ଜେନା ନିଜ ଉଦବୋଧନରେ ହାତୀ ଗୋଟିଏ ତୃଣଭୋଜୀ ପ୍ରାଣୀ, ସେମାନଙ୍କୁ ଆମେ ସାଙ୍ଗରେ ନେଇ ସୁସ୍ଥ ସମାଜ ଗଢିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଉଦାହରଣ ଦେଇ ସଚେତନ କରାଇଥିଲେ। ଏହି ଅବସରରେ ବାମରା ବନଖଣ୍ଡ ଅଧିକାରୀ ଅତି ସମ୍ବେଦନଶୀଳ ବାଖ୍ଯାରେ ହାତୀ ମାଗୁଛି ମୋତେ ମୋ' ଅଧିକାର ଦିଅ, ନଚେତ ମୋର ଜାଗା ମୋତେ ଦେଖାଇ ଦିଅର ବିଶ୍ଲେଷଣ ଉପସ୍ଥିତ ମହଲଙ୍କ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା । ବଡ଼ରମା ବନଖଣ୍ଡ ଜମନକିରା ବଡ଼ରମା, ଜମନକିରା ରେଞ୍ଜ ର ସମସ୍ତ ଭି ଏସ ଏସ ସାଥି, ଗ୍ରାମାଞ୍ଚଳ ପ୍ରତିନିଧି, ଗଜ ସାଥି, ପ୍ରକୃତି ପ୍ରେମୀ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ମଞ୍ଚାସୀନ ଅତିଥିମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିବା ସହ ହାତୀଙ୍କୁ ଆମେ ଯିବା ଆସିବା ପାଇଁ ଗୋଟେ ସ୍ୱତନ୍ତ୍ର ରାସ୍ତା ଦେବା କହି ଅତିଥିଙ୍କ ଠାରୁ ସଠିକ୍ ଉତ୍ତର ପାଇ ସନ୍ତୁଷ୍ଟ ହୋଇଥିଲେ l ଏହି ସଭାରେ ଜମନକିରାରୁ ଗୋକୁଳାନନ୍ଦ ଦାନୀ, ବଡ଼ମାଳ ରୁ ହୃଦାନନ୍ଦ ନାଏକ,ଆଦି ପ୍ରସାଦ ମହାକୁଳ, ମିତ୍ରଭାନୁ ବେହେରା,ଲଳିତ ପଧାନ, ଗୋବର୍ଦ୍ଧନ ସାହୁ ଭଳି ଅନେକ ଜନସାଧାରଣ ଉପସ୍ଥିତ ରହି ହାତୀ ହାମର ସାଥି ଓ ଜଙ୍ଗଲ ରକ୍ଷା କରିବା ଆମର ଦାୟିତ୍ୱ ବୋଲି ଶପଥ ନେଇଥିଲେ l ଏହି ଅବସରରେ ବାମରା ବନଖଣ୍ଡ ପାଞ୍ଚୋଟି ବନାଞ୍ଚଳ ଅଧିକାରୀ ର ରେଞ୍ଜର ଲଷ୍ମୀନାରାୟଣ ନାଏକ, ଲେଖାରଣୀ ମହାନନ୍ଦ, ଗିରିଧାରୀ ପଧାନ, ଦୀପକ ରଞ୍ଜନ ମହାନନ୍ଦ, ମହେନ୍ଦ୍ର କୁମାର ପଧାନ ଙ୍କ ସହ ଫରେଷ୍ଟର ହେମନ୍ତ କୁମାର ମିଶ୍ର, ଶିଶିର କୁମାର ସାମଲ, ଦେବରାଜ ଗୁଞ୍ଜୁ ଅନେକ ଫରେଷ୍ଟର ଙ୍କ ସହ ଫରେଷ୍ଟ ୱାଚର, ଗାର୍ଡ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ବେଳେ ଶେଷରେ ଆଲୋକ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ ଜଣାଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande