ସେବାହିଁ ଜୀବନର ମୂଳମନ୍ତ୍ର,ମୁଁ ଜିଲ୍ଲାପାଳ ନୁହଁ ଜିଲ୍ଲାର ସେବକ-ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ଆଶା ଗ୍ରାମକଲ୍ୟାଣ ସମିତିର ସମାବେଶ
ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ସେବାହିଁ ଜୀବନର ଉତ୍କର୍ଷ, ସେବାହିଁ ମୂଳମନ୍ତ୍ର ମାନବ ସେବେଠାରୁ ବଳି ଦୁର୍ଲ୍ଲଭ କାର୍ଯ୍ୟ ନାହିଁ।ତେଣୁ ମୁଁ ଏ ଜିଲ୍ଲାର ଜିଲ୍ଲାପାଳ ନୁହଁ ବରଂ ଜିଲ୍ଲାର ପ୍ରଥମ ସେବକ।କାୟମନୋବାକ୍ୟରେ ମାନବ ସେବାକରିବା ଦ୍ୱାରା ବିଭୁକୃପା ଲାଭହୁଏ। ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ପ
ASHA GRAMA KALYAN SAMITI


ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ସେବାହିଁ ଜୀବନର ଉତ୍କର୍ଷ, ସେବାହିଁ ମୂଳମନ୍ତ୍ର ମାନବ ସେବେଠାରୁ ବଳି ଦୁର୍ଲ୍ଲଭ କାର୍ଯ୍ୟ ନାହିଁ।ତେଣୁ ମୁଁ ଏ ଜିଲ୍ଲାର ଜିଲ୍ଲାପାଳ ନୁହଁ ବରଂ ଜିଲ୍ଲାର ପ୍ରଥମ ସେବକ।କାୟମନୋବାକ୍ୟରେ ମାନବ ସେବାକରିବା ଦ୍ୱାରା ବିଭୁକୃପା ଲାଭହୁଏ। ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୦୫ ମସିହାରୁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନେ ସ୍ୱାସ୍ଥ୍ୟସେବାର ମୁଖ୍ୟ କର୍ଣ୍ଣଧାର ପାଲଟିଛନ୍ତି।ପ୍ରଜନନ,ଶିଶୁ ସ୍ୱାସ୍ଥ୍ୟ,ଟୀକାକରଣ ଠାରୁ ପ୍ରସବ,ଶିଶୁ ଯତ୍ନ,ପରିବାର ନିୟୋଜନ ପର୍ଯ୍ୟନ୍ତ ସବୁଠି ଆଶାମାନେ ତାଙ୍କର ପାରଦର୍ଶିତା ଦେଖାଇଚାଲିଛନ୍ତି।ଖାଲି ସେତିକି ନୁହେଁ ଯକ୍ଷ୍ମା,କୁଷ୍ଠ ନିରାକରଣ,ଅଣସଂକ୍ରାମକ ରୋଗ ଯଥା କର୍କଟ,ରକ୍ତଚାପ ,ହୃଦ ରୋଗ ଆଦି ରୋଗର ନିରୂପଣ ,ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏମାନଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ।କେବଳ ରୋଗର ଚିକିତ୍ସା କାହିଁକି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଆଶାମାନେହିଁ ଆଗଧାଡ଼ିରେ କାମକରନ୍ତି।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶାମାନେ ବିଗତଦିନମାନଙ୍କରେ ଉଦାହରଣ ସୃଷ୍ଟିକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ପ୍ରଶଂସାଭାଜନ ହୋଇପାରିଛନ୍ତି। ଏଥିପାଇଁ ସେମାନଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ଯୋଗେଇଦେବାକୁ ଏମିତି ଏକ କାର୍ଯ୍ୟକ୍ରମର ପରିକଳ୍ପନା । ପରିମଳ ବ୍ୟବସ୍ଥା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଏହି ବ୍ୟବସ୍ଥାର ସୁ-ପରିଚାଳନା ନିମନ୍ତେ ସରକାର ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଗ୍ରାମ କଲ୍ୟାଣ ସମିତି ଓ ସହରାଞ୍ଚଳରେ ମହିଳା ଅରୋଗ୍ୟ ସମିତିମାନ ଗଠନ କରି ସେମାନଙ୍କୁ ପାଣ୍ଠି ଯୋଗାଇଦେଉଛନ୍ତି।ଏହାର ଊପଯୁକ୍ତ ପରିଚାଳନାରେ ସ୍ୱାସ୍ଥ୍ୟ ସେବା ଅଧିକ ଫଳପ୍ରଦ ହୁଏ।ଆଶା କର୍ମୀ ,ସ୍ୱାସ୍ଥ୍ୟକର୍ମୀ,ଏବଂ ସ୍ୱାସ୍ଥ୍ୟବିଭାଗରେ କାର୍ଯ୍ୟକରୁଥିବା ସମସ୍ତେ ସେବାମନୋଭାବ,ଉତମ ବ୍ୟବହାର ଓ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟକଲେ ହିଁ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ପଭୁତ ଉନ୍ନତି ସାଧିତ ହୋଇପାରିବ।ତେଣୁ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଆଶା କର୍ମୀମାନଙ୍କୁ ପୁରସ୍କୃତ କରି ସେମାନଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କୁ ଅବଗତ କରାଇ ଅନୁପ୍ରେରିତ କରିବା ସହ ସଫଳ ଗ୍ରାମକଲ୍ୟାଣ ଓ ମହିଳା ଆରୋଗ୍ୟ ସମିତିମାନଙ୍କୁ ପୁରସ୍କୃତ କରି ସେମାନଙ୍କୁ ଅଧିକ କାର୍ଯ୍ୟଦକ୍ଷ କରାଇବା ଜିଲ୍ଲା ଆଶା ଓ ଗ୍ରାମକଲ୍ୟାଣ ସମିତି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ଯୋଗଦେଇ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ନିଜ ଅଭିଭାଷଣରେ କହିଛନ୍ତି। ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହ ଚିକିତ୍ସାଧିକାରୀ,ପରିବାର ନିୟୋଜନ ଡାକ୍ତର କନକଲତା ସାହୁ,ଜିଲ୍ଲା ସହ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ବଳ,ଡାକ୍ତର ସନ୍ତୋଷ କୁମାର ପୃଷ୍ଟି,ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ରିନାରାଣୀ ପାତ୍ର,ସମ୍ମାନିତ ବକ୍ତା ଭାବେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବନବିହାରୀ ମିଶ୍ର,ଜିଲ୍ଲା ବିତ ପରିଚାଳକ ନୀଳ ମାଧବ ରଥ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ପରିଚାଳିକା କଳ୍ପନା ସାମଲ ଦେଇଥିବାବେଳେ ତିହିଡିର ବିତପରିଚାଳକ ବିପ୍ଳବ ରଞ୍ଜନ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତିହିଡିର ଯୋଗ ଶିକ୍ଷକ ଚିନ୍ମୟ ଜେନା ଏବଂ ସାଥୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ। ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ମହିଳା ଅରୋଗ୍ୟ ସମିତି ଓ ଗ୍ରାମ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟାମାନଙ୍କ ସହ ପୁରସ୍କୃତ ହୋଇଥିବା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ (ସରପଂଚ)ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ସାତଟି ବ୍ଲକରୁ ଶ୍ରେଷ୍ଠ ଅଶାକର୍ମୀ ,ଗ୍ରାମକଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଡିପିଏମ ଡାପସୁ ର ଦେବବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande