
ନୂଆପଡା,୨୦ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ମଟାରୀଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ, ମୁଖ୍ୟବକ୍ତା ବୋଡ଼େନ ବିଜୁ ପଟ୍ଟନାୟକ କଲେଜର ଅଧ୍ୟାପକ ସାମୁଏଲ ଦାନୀ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ବିଡ଼ିଓ ସୁଶାନ୍ତ କୁମାର ରଣା, ନୂଆପଡା ଆଦର୍ଶ ବିଦ୍ୟାଳୟର ନୋଡାଲ ଅଧକ୍ଷ କ୍ଷିତି ଭୂଷଣ ବିଶ୍ୱାଳ ପ୍ରମୁଖ ମଂଚାସିନ ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଟାରୀ ସ୍ୱାଗତ ଭାଷଣ ଏବଂ ବିବରଣୀ ପଠନ କରିଥିଲେ କ୍ଷ ବିଦ୍ୟାଳୟର ଶିକ୍ଷକ ଅତିଥି ମାନଙ୍କ ପାଇଁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଯଦୁମଣି ବାରିକ,ସତ୍ୟ ପ୍ରକାଶ ଦଣ୍ଡସେନା ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ଓ ଏହା ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି, ଅଭିଭାବକ ଏବଂ ଅନ୍ୟାନ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ସାଗର ମହାନ୍ତି, ଲିଲି ପଟେଲ, ଦେବସ୍ମିତା ହାସଦା, ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ, ରଞ୍ଜନ ବଘେଲ, ନରୋତମ ବାଗ, ରାମଚନ୍ଦ୍ର ମାଝୀ, ରମ୍ଭା ବେହେରା, କିଷାନ କହ୍ନେୟା ପଟେଲ ପ୍ରମୁଖ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଶେଷରେ ପଙ୍କଜ ମାଝୀ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ