ଫୁଲବାଣୀ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ
PM Sri Girls high school Anual fusion
ଫୁଲବାଣୀ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ


କନ୍ଧମାଳ , ୨୦ ଡିସେମ୍ବର (ହି.ସ.) ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ପ୍ରାଙ୍ଗଣ ରେ ପ୍ରଥମ ପିଏମ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ କାଉନସିଲର ବନଜା ପଟ୍ଟନାୟକ, ପୂର୍ବତନ ଛାତ୍ରୀ ସଙ୍ଗଠନ ର ସଭାପତି ସୁଶ୍ରୀ ବୀଣାପାଣି ପ୍ରଧାନ ଓ କନ୍ଧମାଳ ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସିମାଞ୍ଚଳ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରୀ ମାନଙ୍କ ପକ୍ଷରୁ ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପ, ପ୍ରାଚୀର ସଜ୍ଜା, ପାନେଲ ପ୍ରଦର୍ଶନ,ବିଦ୍ୟାଳୟ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚକୋଟୀର ରହିଥିଲା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

କେନ୍ଦ୍ର ସରକାରଙ୍କ ପିଏମ ଶ୍ରୀ ଯୋଜନା ଓ ଓଡ଼ିଶା ସରକାରଙ୍କ ପଞ୍ଚଶଖା ଶିକ୍ଷା ସେତୁର ମିଳିତ ଆନୁକୁଲ୍ୟ ରୁ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମିନା କୁମାରୀ ଦିଗାଲ, ବଶିଷ୍ଠ ଶିକ୍ଷୟତ୍ରୀ ସଞ୍ଜିତା ପ୍ରଧାନ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମଚାରୀଙ୍କ ସହଯୋଗ କାର୍ଯକ୍ରମ ଟି ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande