ଦେଢ଼ ବର୍ଷରେ ଅପରାଧ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର - ଅନିଲ ବିଶ୍ୱାଳ
ଭୁବନେଶ୍ୱର, ୨୦ ଡିସେମ୍ବର (ହି.ସ)- ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ଆନ୍ଦୋଳନକୁ କଡ଼ା କାଉଂଟର କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ସେ କହିଛନ୍ତି କଂଗ୍ରେସ ନିଜର ଅସ୍ତିତ୍ୱ ବଂଚାଇବାକୁ ସଂଘର୍ଷ କରୁଛି । ଦେଢ଼ ବର୍ଷରେ ଯେତିକି ଅପରାଧ ଘଟିଛି ତ୍ୱରିତ କାର୍
ଦେଢ଼ ବର୍ଷରେ ଅପରାଧ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର - ଅନିଲ ବିଶ୍ୱାଳ


ଭୁବନେଶ୍ୱର, ୨୦ ଡିସେମ୍ବର (ହି.ସ)- ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ଆନ୍ଦୋଳନକୁ କଡ଼ା କାଉଂଟର କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ସେ କହିଛନ୍ତି କଂଗ୍ରେସ ନିଜର ଅସ୍ତିତ୍ୱ ବଂଚାଇବାକୁ ସଂଘର୍ଷ କରୁଛି । ଦେଢ଼ ବର୍ଷରେ ଯେତିକି ଅପରାଧ ଘଟିଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଧଉଳି ହେଉ କି ଗୋପାଳପୁର ହେଉ, ପୂର୍ବ ସରକାର ଭଳି ମହିଳା ବିରୋଧୀ ଅପରାଧରେ ଅପରାଧୀଙ୍କୁ ଛଡାଯାଉନି । ଜାତୀୟ ରିପୋର୍ଟ କହୁଛି ଭୁବନେଶ୍ୱର ଦ୍ୱିତୀୟ ମହିଳା ସୁରକ୍ଷିତ ସହର । କଂଗ୍ରେସ ଆଗ ନିଜର ଚିତ୍ର ଚରିତ୍ରକୁ ଦେଖୁ । ନିଜ ଦଳର ଛାତ୍ର କଂଗ୍ରେସ ନେତା ଛାତ୍ରୀଙ୍କୁ ଯୌନ ଶୋଷଣ କରି ଗିରଫ ହୋଇଛନ୍ତି । ଯେଉଁ ନେତା ଆସି ଆନ୍ଦୋଳନ କରୁଛନ୍ତି ତାଙ୍କ ନାଁରେ ଠକେଇ ମାମଲା ରହିଛି । ତେଣୁ କଂଗ୍ରେସ ଦଳର ନୀତି ନୈତିକତା ନାହିଁ ରାଜରାସ୍ତାକୁ ଆସିବାକୁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande