

ବଲାଙ୍ଗିର, 20 ଡିସେମ୍ବର (ହି.ସ.)
ଜିଲ୍ଲା କୃଷକ ସଂଘ ବଲାଙ୍ଗିର ତରଫରୁ ୭ ଦଫା ଦାବି ନେଇ ସଂଗଠନ ର ବରିଷ୍ଠ ଉପଦେଷ୍ଟା ବୁଲୁ ଦାନୀଙ୍କ ସଂଯୋଜନାରେ ଏବଂ ସଂଘର ସଭାପତି ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ୭ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଦିଆଯାଇଥିବା ଦାବି ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ତୁରନ୍ତ ସମସ୍ତ ମଣ୍ଡି ଖୋଳାଯାଇ ଚାଷୀଙ୍କ ଧାନ କ୍ରୟ କରାଯାଉ, ଧାନ କିଣା କେନ୍ଦ୍ରରେ ମିଲ ମାଲିକଙ୍କ ଉପସ୍ଥିତି କୁ ବାରଣ କରାଯାଇ କଟନି ଛଟନି ବନ୍ଦ କରାଯାଉ, କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ସହାୟକ ମୁଲ୍ୟ ୨୩୬୯/- ଟଙ୍କା ଏବଂ ରାଜ୍ୟ ସରକାରଙ୍କ ୮୦୦/- ଟଙ୍କା ବୋନସ ମିଶାଇ କ୍ୱିନ୍ଟାଲ ପ୍ରତି ୩୧୬୯/- ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଉ, ମଣ୍ଡି ଗୁଡିକରେ ସିସି ଟିଭି କ୍ୟାମେରାର ବନ୍ଦୋବସ୍ତ କରାଯାଉ, ଜିଲ୍ଲାରେ ମଣ୍ଡି ଖୋଳିବାରେ ବିଳମ୍ବ ଯୋଗୁଁ ଧାନ କିଣା ବିଳମ୍ବ ହେଉଛି । ତେଣୁ ଧାନର ଆଦ୍ରତା କମି ଧାନ ର ଓଜନ ହ୍ରାସ ପାଉଥିବାରୁ ଚାଷୀଙ୍କୁ ଏହାର କ୍ଷତିପୁରଣ ରାଜ୍ୟ ସରକାର ପ୍ରଦାନ କରୁ, ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାର କିଣନ୍ତୁ, ଅଭାବି ବର୍ଷା ଯୋଗୁଁ ଦେଓଗାଁ ବ୍ଲକର ୧୪ଟି ପଂଚାୟତରେ ହୋଇଥିବା ମରୁଡି ଜନିତ କ୍ଷତିର ଆକଳନ କରି ତାର କ୍ଷତିପୁରଣ ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରାଯାଇଛି । ଏହି ଦାବି ଗୁଡିକ ୭ ଦିନ ମଧ୍ୟରେ ପୁରଣ ନ କଲେ ସଂଘ ତରଫରୁ ପ୍ରଶାସନର ବିରୁଦ୍ଧରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଉମାକାନ୍ତ ସାହୁ, ମନମୋହନ ପଟେଲ, ସୋମନାଥ ପଟେଲ, ଅସୀତ ମିଶ୍ର, ଓମ୍ ପ୍ରକାଶ କୁମ୍ଭାର, ଅଙ୍କିତ ସାହୁ, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର, ପପୁ ପାତ୍ର, କାନ୍ତେ ପ୍ରଧାନ, ଗଉନ୍ତିଆ ବେଣୁଧର ସାଏ ପ୍ରମୁଖ ବିଷୋଦଗାର କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳିର ପ୍ରଫୁଲ୍ଲ ଦାଶ, ଅନନ୍ତ ଚୈହାନ, ମନୀଷ ମିଶ୍ର, ସନ୍ତକ ବହିଦାର, ଲଳିତ ପଟେଲ, ସନ୍ତନୁ ସିଂ, ସୁନିଲ ପଟେଲ, ଅଜୟ ବାଲି, ଚାଷୀନେତା ମନୋଜ ରଣା, ସରୋଜ ପଧାନ, ପ୍ରଶନ୍ନ ବାରିକ, ଦେବହରି ବାଗ, ବ୍ରଜ କିଶୋର ସେଠି, ସମୀର କୁମ୍ଭାର, ସଂଜୟ ମିଶ୍ର, କୈଳାସ ମିଶ୍ର, ଜୁଲୁ ପଟ୍ଟନାୟକ, କିରଣ ସେଠ, ଇସମାଇଲ ସୁନା, ଚିନ୍ମୟ ସାହୁ, ହରି ନନ୍ଦ, ପ୍ରତାପ ଦୀପ, ସଂଜୟ ଗଡତ୍ୟା,ଉପେନ ଦୀପ, ବସୁଦେବ ନାଏକ, ରାଧାମାଧବ ସାହୁ,ଗରିବ ସାହୁ, ଉଗ୍ରେସନ ବରାଡ, ସଂଜିତ ପ୍ରଧାନ ପ୍ରମୁଖ ଶତାଧିକ କୃଷକ ଏବଂ କୃଷକ ନେତା ଉପସ୍ଥିତ ଥିବା ବେଳେ ସଂଘର ସଂପାଦକ ସରୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ