ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପ୍ରେସ ବାର୍ତ୍ତା ଗାନ୍ଧୀଜୀଙ୍କ ବିରୋଧରେ ଆକ୍ରୋଶ ପାଇଁ ମନରେଗା ଯୋଜନା ହଟାଇବା ଅନୁଚିତ ହେଲା
Bhubaneswar, 20 ଡିସେମ୍ବର (ହି.ସ.) । ୨୦୦୫ ମସିହାରୁ ଭାରତର ଗରୀବ ଜନଗଣଙ୍କୁ ଶହେଦିନ ନିଶ୍ଚିତ କର୍ମ ଯୋଗାଣ ନିମନ୍ତେ ଲାଗୁହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବିଗତ ଲୋକସଭା ଅଧିବେଶନ କାଳରେ ତରବାରିଆ ଭାବରେ ହଟାଇ ଦିଆଯାଇ ତା’ ସ୍ଥାନରେ ଭିବି. ଜି. ରାମ. ଜି. ଭଳି
ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପ୍ରେସ ବାର୍ତ୍ତା ଗାନ୍ଧୀଜୀଙ୍କ ବିରୋଧରେ ଆକ୍ରୋଶ ପାଇଁ ମନରେଗା ଯୋଜନା ହଟାଇବା ଅନୁଚିତ ହେଲା


Bhubaneswar, 20 ଡିସେମ୍ବର (ହି.ସ.)

୨୦୦୫ ମସିହାରୁ ଭାରତର ଗରୀବ ଜନଗଣଙ୍କୁ ଶହେଦିନ ନିଶ୍ଚିତ କର୍ମ ଯୋଗାଣ ନିମନ୍ତେ ଲାଗୁହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବିଗତ ଲୋକସଭା ଅଧିବେଶନ କାଳରେ ତରବାରିଆ ଭାବରେ ହଟାଇ ଦିଆଯାଇ ତା’ ସ୍ଥାନରେ ଭିବି. ଜି. ରାମ. ଜି. ଭଳି ଏକ ଯୋଜନା ପ୍ରଣୟନ କରାହୋଇଛି । ନିଜ ପୂର୍ବଜଙ୍କ ଶତୃତା କାରଣରୁ କେନ୍ଦ୍ରରେ ରହିଥିବା ସରକାରୀ ଦଳ ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇବା ନିମନ୍ତେ ନରେଗା ଯୋଜନାକୁ ହଟାଇବା ଦିଗରେ ଯେପରି ପଦକ୍ଷେପ ନେଇଛି, ତାହାକୁ ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଅଛି । ସମୂହଙ୍କ ପକ୍ଷରୁ କୁହାଯାଇଛି ଯେ,ନରେଗାରେ ଦେଶର ଯେକୌଣସି ଅଞ୍ଚଳରେ ଶହେଦିନ କାମ ଯୋଗାଇଦେବାକୁ ସରକାର ବାଧ୍ୟ ଥିବାବେଳେ ନୂଆ ଯୋଜନାରେ କେନ୍ଦ୍ର ସରକାରଙ୍କ ବିଜ୍ଞାପିତ ଅଞ୍ଚଳରେ ହିଁ ଏହି କାମ ଦିଆଯିବ, ପୁଣି ସେଥିରେ ପୂର୍ବରୁ କେନ୍ଦ୍ର ନବେ ଓ ରାଜ୍ୟ ଦଶ ପ୍ରତିଶତ ଅର୍ଥ ବ୍ୟୟ କରୁଥିବାବେଳେ ଏବେ ରାଜ୍ୟର ଭାଗ ଚାଳିଶ ଭାଗ ହେବ । ଚାଷବାସ ସମୟରେ କେହି କାମ ଖୋଜିଲେ ଏହି କାମ ମିଳିବ ନାହିଁ । ଏହାର ଅର୍ଥ ସମ୍ବିଧାନର ଡ଼ିରେକ୍ଟିଭ ପଲିସିରେ ପ୍ରଦତ୍ତ କାମ କରିବାର ଅଧିକାର ଏବେ କେନ୍ଦ୍ର ସରକାରଙ୍କ ଦୟା ଉପରେ ନିର୍ଭରଶୀଳ ବୋଲି ଏହି ଯୋଜନରୁ ବୁଝା ପଡୁଛି ।

ଭାରତ ବର୍ଷରେ ବିଶେଷ କରି ଓଡିଶା ଭଳି ଦାଦନ ପ୍ରବଣ ଅଞ୍ଚଳରେ ଲୋକଙ୍କୁ ନିଶ୍ଚିତ କାମ ନିମନ୍ତେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନାମରେ ରହିଥିବା ଏହି ଅଧିକାରକୁ ଛଡେଇ ନେଇ ସରକାରୀ ଦୟା ଓ ଦଳୀୟ ମର୍ଜି ଉପରେ ଗରୀବ ଜନତାଙ୍କୁ ଛାଡିଦେବା କେବଳ ଅନ୍ୟାୟ ନୁହେଁ, ଏହା ଗରୀବ ଜନସାଧାରଣଙ୍କ ସହ ବିଶ୍ଵାସଘାତକତା ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ଲୋହିଆ ଏକାଡେମି, ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସ୍ଵାଧୀନତା ଆନ୍ଦୋଳନ, ଦର୍ଶନ ଓ କାର୍ଯ୍ୟକୁ କେନ୍ଦ୍ର ସରକାରରେ ରହିଥିବା ଦଳର ପୂର୍ବଜମାନେ ସେହି ସମଯରୁ ବିରୋଧ କରି ଆସୁଥିଲେ । ଆଜି ସଂସଦରେ ସଂଖ୍ୟାଗରିଷ୍ଠତାର ସୁଯୋଗ ନେଇ ଗରୀବଙ୍କ ଅଧିକାର ପାଇଁ ତାଙ୍କ ନାମରେ ରହିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବଦଳେଇ ଦେଇ ଜିଭି ରାମ ଜି ଯୋଜନା କରିଦେବା ଆକ୍ରୋଶ କାରଣରୁ ବୋଲି କି ବୋଲି ସଂଗଠନ ସମୂହଙ୍କ ପକ୍ଷରୁ କୃଷ୍ଣା ମହାନ୍ତି, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡା ବିଶ୍ଵଜିତ, ମିହିର ପ୍ରତାପ ଦାସ, ବିରୁପାକ୍ଷ ତ୍ରିପାଠୀ, ଜୟନ୍ତ କୁମାର ଦାସ, ଦେବ ପ୍ରସାଦ ରାୟ, ଅନ୍ତର୍ଯ୍ୟାମୀ ବରାଳ, ଆର୍ଯ୍ୟଭଟ୍ଟ ମହାନ୍ତି, କବୀର କୁମାର ଜେନା, ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ ପ୍ରମୁଖ ପ୍ରଶ୍ନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande