
ନୂଆପଡ଼ା,୨୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁମେରବାହଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଚଲାନପଡ଼ା କ୍ଲଷ୍ଟରର ସିଆରସିସି ବିଶ୍ୱାମିତ୍ର ବନଛୋରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମୁଣ୍ଡ, ସମ୍ମାନିତ ବକ୍ତା ଭାବେ ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ପୂର୍ବତନ ମୁଖ୍ୟ ସମ୍ପାଦକ ବୃନ୍ଦାବନ ବାରିକ, ଅବସର ଗ୍ରହଣ କରିଥିବା ଶିକ୍ଷକ ସୁଦର୍ଶନ ପରାଭୁଏ, ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ନମିତା ସେନାପତି ମଂଚାସିନ ଥିଲେ। ଅବସର ଗ୍ରହଣ କରିଥିବା ସେନାପତି ଓ ଅବସର ଗ୍ରହଣ କରିଥିବା ଶ୍ରୀ ପରାଭୁଏଙ୍କ ଶିକ୍ଷକ ଜୀବନରେ କରି ଯାଇଥିବା ବିଭିନ୍ନ କାର୍ଯ୍ୟ ଓ ବ୍ୟକ୍ତିଗତ ଜିବନୀ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସଭାରେ ଚଲାନପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀରାରାଣୀ ପଣ୍ଡା, ମହୁଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀ, ଚଲାନପଡା ଉଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିଳୋତମା ପାଣିଗ୍ରାହୀ, ଖୁଦପେଜ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଯୋଶୀ, ଗୋଇମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ପୁଷ୍ପାମଞ୍ଜରୀ ଦଳପତି,ଡୁମେରବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତନୁଜା ଦଣ୍ଡସେନା, ଠେଲକୋଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ବିଭାର, କମାଯୋରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ଯୋଶୀ, କାସିପଲା ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଗୀତାଞ୍ଜଳି ଚଲାନ, ମମତା ଶବର, ମାଧୁରୀ ଶବର, ନିଲେନ୍ଦ୍ରି ନିଆଲ, ରଞ୍ଜିତା ବଉକ, ସରିତା ବାରିକ, ସୁଜାତା ବାରିକ, ବିନୋଦିନୀ ଯୋଶୀ, ସ୍ମିତା ବେହେରା, ରାଜ ବିହାରୀ ଭୋଇ ପ୍ରମୁଖ ଉପସ୍ଥିତ ରହି ବିଦାୟ ନେଇ ଥିବା ଶିକ୍ଷକ ଶ୍ରୀ ପରାଭୁଏ ଓ ଶିକ୍ଷୟତ୍ରୀ ଶ୍ରୀମତୀ ସେନାପତିଙ୍କ ଶିକ୍ଷା ବିଭାଗକୁ ଦେଇଥିବା ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ଦଳପତି ଅତିଥି ମାନଙ୍କୁ ମଂଚକୁ ଆବାହନ କରିଥିବା ବେଳେ ସିଆରସିସି ଶ୍ରୀ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ