ଜୟପୁର ଠାରେ ଆରଡ଼ିସି କାର୍ଯ୍ୟାଳୟ ଏବଂ ସ୍ୱତନ୍ତ୍ର ସର୍କିଟ ହାଉସ ପ୍ରତିଷ୍ଠା ଦାବି
ଜୟପୁର, ୨୦ ଡିସେମ୍ବର (ହି.ସ.) - ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଏବଂ କେନ୍ଦ୍ରୀୟ ସହର ଜୟପୁର ଠାରେ ନୂତନ ଭାବେ ରାଜସ୍ୱ ଡିଭିଜନାଲ କମିଶନ (ଆରଡିସି) କାର୍ଯ୍ୟାଳୟ ଏବଂ ସ୍ୱତନ୍ତ୍ର ସର୍କିଟ ହାଉସ ସ୍ଥାପନ କରିବାକୁ ଜୟପୁର ବିକାଶ ମଂଚ ପକ୍ଷରୁ ଆଜି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ କୋ
ଜୟପୁର ଠାରେ ଆରଡ଼ିସି କାର୍ଯ୍ୟାଳୟ ଏବଂ ସ୍ୱତନ୍ତ୍ର ସର୍କିଟ ହାଉସ ପ୍ରତିଷ୍ଠା ଦାବି


ଜୟପୁର, ୨୦ ଡିସେମ୍ବର (ହି.ସ.) - ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଏବଂ କେନ୍ଦ୍ରୀୟ ସହର ଜୟପୁର ଠାରେ ନୂତନ ଭାବେ ରାଜସ୍ୱ ଡିଭିଜନାଲ କମିଶନ (ଆରଡିସି) କାର୍ଯ୍ୟାଳୟ ଏବଂ ସ୍ୱତନ୍ତ୍ର ସର୍କିଟ ହାଉସ ସ୍ଥାପନ କରିବାକୁ ଜୟପୁର ବିକାଶ ମଂଚ ପକ୍ଷରୁ ଆଜି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଜୟପୁର ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲା ବ୍ରହ୍ମପୁର ଆରଡିସି ଅଧିନରେ ରହିଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ନିମନ୍ତେ ଦୀର୍ଘ ଦୂରତାରେ ରହିଥିବା ଆରଡିସି କାର୍ଯ୍ୟାଳୟକୁ ଯାତାୟାତରେ ସମସ୍ୟା ଦେଖାଦେଉଛି । ତେଣୁ ଜୟପୁର ଠାରେ ଏହା ପ୍ରତିଷ୍ଠା ହେଲେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରାଗଲେ ସାଧାରଣ ଲୋକ ମାନେ ସୁବିଧାରେ ଜୟପୁର ଠାରେ ପହଂଚି କାର୍ଯ୍ୟାଳୟ ଠାରେ ନିଜ ନିଜ କାର୍ଯ୍ୟ କରିବାର ସୁବିଧା ପାଇପାରିବେ । ଦୀର୍ଘବର୍ଷ ଧରି ଏହି ଦାବି ରହିଛି, ତେଣୁ ଏହି ଯଥାର୍ଥ ଦାବିକୁ ବିଚାର କରାଯାଇ କାର୍ଯ୍ୟକାରୀ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ମଂଚର କର୍ମକକର୍ତା ଓ ସଦସ୍ୟ ମାନେ ଆଲୋଚନା ମାଧ୍ୟମରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ କହିଥିଲେ । ଏହିପରି ଜୟପୁର ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ, ସାମାଜିକ, ଅର୍ଥନୈତିକ, ବ୍ୟବସାୟୀକ ଏବଂ ସାଂସ୍କୃତିକ କେନ୍ଦ୍ର ଭାବେ ପରିଗଣିତ ଏବଂ ଏହା ଏକ ପ୍ରାଚୀନ ସହର ତେଣୁ ବିଭିନ୍ନ କାର୍ଯ୍ୟପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ସାଧାରଣ ଲୋକ, ବୁଦ୍ଧିଜୀବି, ପର୍ଯ୍ୟଟକ ଏବଂ ସରକାରୀ ଓ ବେସରକାରୀ ଅଧିକାରୀମାନେ ଏଠାକୁ ଆସିଥାଆନ୍ତି । ତେଣୁ ଜୟପୁରରେ ଏକ ସ୍ୱତନ୍ତ୍ର ସର୍କିଟ ହାଉସର ନିର୍ମାଣ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ମଂଚର ସାଧାରଣ ସମ୍ପାଦକ ନବକୃଷ୍ଣ ରଥ, ନରସିଂହ ପାଣିଗ୍ରାହୀ, ସୁଧାଂଶୁ ଶେଖର ପଟ୍ଟନାୟକ,ନରସିଂହ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande