
କେନ୍ଦ୍ରାପଡା, ୨୦ ଡିସେମ୍ବର (ହି.ସ.)- ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲଙ୍କ ଅନୁପସ୍ଥିତିରେ ତାଙ୍କ ସ୍ୱାମୀ ଶୈଳେନ୍ଦ୍ର ସାମଲ ଏବଂ କିଛି ସହଯୋଗୀ ବସିଥିବା ବେଳେ କାର୍ଯ୍ୟ lଳୟ ଭିତରେ ମଦ୍ୟ ପାନ କରାଯାଉଥିବା ଅଭିଯୋଗ କରି ମାର୍ଶାଘାଇର ଯୁବକମାନେ କାର୍ଯ୍ୟ lଳୟ ବାହାରୁ ତାଲା ପକେଇ ହୋ ହାଲ୍ଲା କରିଥିଲେ l ଖବର ପାଇ ମାର୍ଶାଘାଇ ପୋଲିସ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ମୁକୁଳାଇଥିଲେ l ଅଧିକାଂଶ ସମୟ ଅଧ୍ୟକ୍ଷା ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପ୍ରତିନିଧି କାର୍ଯ୍ୟ lଳୟ ଖୋଲି ନିଜ ସହଯୋଗୀମାନଙ୍କ ସହିତ ବସିବା ସହିତ ବିଲ ଅପେକ୍ଷାରେ ଥିବା ଫାଇଲ ଗୁଡ଼ିକୁ ଜାଣି ଶୁଣି ଅଟକାଇବା ସହିତ ଅଧିକ ପରିମାଣର ପିସି ଡିମାଣ୍ଡ କରନ୍ତି, ଏପରିକି କାମର ସିକ୍ୟୁରିଟି ପାଇଁ ଆବେଦନ ହୋଇଥିବା ଫାଇଲ ପାସ ପାଇଁ ମଧ୍ୟ ପିସି ଡିମାଣ୍ଡ କରୁଥିବା ନେଇ ଅଭିଯୋଗ ହୋଇଥିଲା l ଅଧ୍ୟକ୍ଷାଙ୍କ ଅନୁପସ୍ଥିତିରେ କାର୍ଯ୍ୟ lଳୟ ଖୋଲି ତାଙ୍କ ସ୍ୱାମୀ ବସିବା ସହିତ ସହଯୋଗୀମାନେ ମଦ ପିଉଥିବା ନେଇ ଖବରପାଇ ସ୍ଥାନୀୟ ଯୁବକମାନେ କାର୍ଯ୍ୟ lଳୟକୁ ଦୀର୍ଘ ସମୟ ଘେରି ରହିଥିଲେ ଏବଂ ତାଲା ପକେଇ ଦେଇଥିଲେ l ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ପାଇ ମାର୍ଶାଘାଇ ଥାନା ଏସଆଇ ଧରିତ୍ରୀ ଜେନାଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତାଲା ଖୋଲିବା ସହିତ ଅଧ୍ୟକ୍ଷାଙ୍କ ପ୍ରତିନିଧିଙ୍କୁ ଉଦ୍ଧାର କରିଥିଲେ l ପୋଲିସ ଉପସ୍ଥିତିରେ ସେ ଅଧ୍ୟକ୍ଷାଙ୍କ କାର୍ଯ୍ୟ lଳୟରୁ ବାହାରିଵା ପରେ ବିଡିଓଙ୍କ କକ୍ଷକୁ ଯାଇଥିଲେ ସେଠାରେ ଉପସ୍ଥିତ ଥିବା ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରାଙ୍କୁ ଦୁର୍ବ୍ୟବାହାର କରିବା ସହିତ ଉଭୟଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା l ଉପସ୍ଥିତ ଥିବା ଯୁବକ ମାନେ ତାଙ୍କୁ ଭଲ ଉତ୍ତମ ମଧ୍ୟମ ଦେଇଥିବା ଦେଖିବାକୁ ମିଳିଥିଲା l ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
ହିନ୍ଦୁସ୍ଥାନ ସମାଚାର / ରବି