ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ
ଚମ୍ପୁଆ, 20 ଡିସେମ୍ବର (ହି.ସ.) ଚମ୍ପୁଆ ବନାଞ୍ଚଳ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଗୁଗୁଦରୀ ଗ୍ରାମରେ ଆଜି ମା ଦୁଆରଶୁଣି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତଙ୍କ ତତ୍ତ୍ଵାବଧାନରେ ଅନୁଷ୍
ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ


ଚମ୍ପୁଆ, 20 ଡିସେମ୍ବର (ହି.ସ.) ଚମ୍ପୁଆ ବନାଞ୍ଚଳ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଗୁଗୁଦରୀ ଗ୍ରାମରେ ଆଜି ମା ଦୁଆରଶୁଣି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହୋ ସମାଜ ମହାସଭା ଜିଲ୍ଲା ସଭାପତି ଗୌର ଚନ୍ଦ୍ର ମୁଣ୍ଡା, ବାଲିବନ୍ଧ ଫରେଷ୍ଟର ରାଜେନ୍ଦ୍ର ଜେନା, ଫରେଷ୍ଟ ଗାର୍ଡ କିରାଣୀ ମହାରଣା, ଫରେଷ୍ଟ ଗାର୍ଡ ଉମେଶ ଦାସ ପ୍ରମୁଖ ଯୋଗଦେଇ ହାତୀ ସୁରକ୍ଷା ନେଇ ଗ୍ରାମବାସୀ ଓ ସ୍ଥାନୀୟ ଲୋକ ମାନଙ୍କୁ ସଚେତନ କରିଥିଲେ । ଜନସାଧାରଣଙ୍କ ସହଯୋଗ ବିନା ଜଙ୍ଗଲ ପରିବେଶ ଓ ହାତୀ ସୁରକ୍ଷା ଅସମ୍ଭବ ବୋଲି ଅତିଥି ମାନେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପଦ୍ମନାଭ ପ୍ରଧାନ, ଦାରିଦ୍ର୍ୟ ଭଞ୍ଜନ ବାରିକ, କର୍ମଚାରୀ ପ୍ରତାପ ଚନ୍ଦ୍ର ମହାନ୍ତ, ହରିହର ପ୍ରଧାନ, ହାତୀ ସୁରକ୍ଷା କର୍ମୀ ଗ୍ରୁପ୍ ମୁଖ୍ୟ ହୃଦାନନ୍ଦ ପାତ୍ର, ସଦସ୍ୟ ହରଭଜନ ମହାନ୍ତ, ବୁଲୁ ନାଏକ, ଦୁର୍ଯ୍ୟୋଧନ ପାତ୍ର, ରାଜାରାମ ଓରାମ, ପୁକାମ ମୁଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ଗ୍ରାମର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande