
ନୂଆପଡ଼ା, ୨୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଉପାନ୍ତ ବ୍ଲକ ବୋଡ଼େନ ଅନ୍ତର୍ଗତ ଧୋବେଇ ଏସଏସଡି ଉଚ୍ଚ ବିଦ୍ୟାଳୟ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗର୍ବ ଆଣିଛି । ଭୁବନେଶ୍ୱର ଆଦିବାସୀ ପଡିଆ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସୁରଭି ମହୋତ୍ସବ ୨୦୨୫ ସମ୍ପନ୍ନ ହୋଇଯାଇଛି। ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଧୋବେଇ ଏସଏସଡି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୂଆପଡା ଜ଼ିଲ୍ଲା ପକ୍ଷରୁ ପ୍ରତିନିଧିତ୍ଵ କରି ଉଚ୍ଚକୋଟିର ଗୃପ ଡେନ୍ସ ପ୍ରଫରମେନ୍ସ ଦେଖାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ନାମ ଘୋଷଣା କରାଯାଇଥିଲା। ତା'ର ଫଳାଫଳକୁ ଦୀର୍ଘ ସମୟ ଅପେକ୍ଷା ପରେ ବୋଡ଼େନ ବ୍ଲକ୍ ଧୋବେଇ ବିଦ୍ୟାଳୟ ରାଜ୍ୟ ସ୍ତରିୟ ଉତ୍ସବରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଉପାନ୍ତରୁ ଆସି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ଗୌରବର ବିଷୟ। ଏହି ଖବର ପରେ ଜିଲ୍ଲାପାଳ ମଧୁସୁଦନ ଦାସ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ