ପଞ୍ଚାୟତ ସ୍ତରୀୟ ଫୁଟବଲ ମହାପର୍ବ
ପଞ୍ଚାୟତ ସ୍ତରୀୟ ଫୁଟବଲ ମହାପର୍ବ ନୂଆପଡା,୨୦ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଁ ବେଲାରାଣୀ ଯୁବକ ସଂଘ ଚଟିଆଗୁଡା ଆନୁକୁଲ୍ଯରେ, ସାଗୁନଭାଡି ଉଦନ୍ତୀ ଖେଳପଡିଆରେ, ମାଁ ବେଲାରାଣୀ ପଞ୍ଚାୟତ ସ୍ତରୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ସଂସ୍କରଣ ୪ ଶୁଭାରମ୍ଭ ହୋଇଥିବା ବେଳେ
Football mahaparba


ପଞ୍ଚାୟତ ସ୍ତରୀୟ ଫୁଟବଲ ମହାପର୍ବ

ନୂଆପଡା,୨୦ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଁ ବେଲାରାଣୀ ଯୁବକ ସଂଘ ଚଟିଆଗୁଡା ଆନୁକୁଲ୍ଯରେ, ସାଗୁନଭାଡି ଉଦନ୍ତୀ ଖେଳପଡିଆରେ, ମାଁ ବେଲାରାଣୀ ପଞ୍ଚାୟତ ସ୍ତରୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ସଂସ୍କରଣ ୪ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଫୁଟବଲ ମହାପର୍ବ ୧୬ ଗୋଟି ଫୁଟବଲ ଦଳକୁ ନେଇ ଆୟୋଜିତ ହୋଇଥିଲା। ଏହି ଫୁଟବଲ ମହାପର୍ବରେ ସିନାପାଲି ,ଖରସେଲ, କରଙ୍ଗାମାଲ, ରାଣିମୁଣ୍ଡା, ବିନୋପୁର, ଭୋଜପୁର, ଲିଟିଲ ଷ୍ଟାର (ଚଟିଆଗୁଡା), ନିଲଜୀ ,ଆୟୋଜକ ଦଳ ଚଟିଆଗୁଡା (ଏ) ,ବାବେବିର, ଖାସବାହଲ, ବୋଡ଼େନ, ଖଇରପଦର, ବ୍ରଦର ୟୁନାଇଟେଡ ଏଫ୍.ସି. ,ସାଗୁନଭାଡି ଓ ବର୍ତ୍ତନସିଲ ଖେଳିବାର ସୁଯୋଗ ହାସଲ କରିଛନ୍ତି। ପ୍ରତିଦିନ ଅପରାହ୍ନ ୩ ଘଟିକା ସମୟରୁ ୫ ଘଟିକା ସମୟ ପର୍ଯ୍ୟନ୍ତ ଦୁଇଟି ଲେଖାଁଏ ମ୍ଯାଚ ଅନୁଷ୍ଠିତ ହେଉଥିଲା। ଆଜିର ମ୍ଯାଚ୍ ଚଟିଆଗୁଡା ଏବଂ ବିନୋପୁର ଦଳ ମଧ୍ଯରେ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ମ୍ଯାଚରେ ବିନୋପୁର ୧-୦ ଗୋଲରେ ବିଜୟଲାଭ କରିଥିଲା। ଆଜିର ମ୍ଯାଚରେ ମୂଖ୍ଯଅତିଥି ଭାବେ ସିତାରାମ ମେହେର ପୂର୍ବତନ ସରପଞ୍ଚ ସିନାପାଲି ଗ୍ରାମ ପଞ୍ଚାୟତ ରହିଥିବା ବେଲେ, ବିଶିଷ୍ଟ ଅତିଥି ଭାବେ ପୁଚ୍ଛମୌଳି ପାଣିଗ୍ରାହୀ ପୂର୍ବତନ ପ୍ରଧାନଶିକ୍ଷକ ଚଟିଆଗୁଡା ହାଇସ୍କୁଲ ଏବଂ ମାଁ ବେଳାରାଣୀଙ୍କ ପୂଜକ ତଥା ଚଟିଆଗୁଡା ଫୁଟବଲ ଦଳର ପୁର୍ବତନ ଖେଳାଳି ଗିରିଶ ମାଝୀ ଯୋଗଦାନ କରିଥିଲେ ।

ଖେଳ ପରିଚାଳକ ଭାବେ ଚନ୍ଦ୍ରଧ୍ବଜ ମାଝୀ, ସୁଦୀପ୍ତ ଯୋଶୀ, ବିଭୀଷଣ ମାରାଣ୍ଡି (ମୟୁରଭଞ୍ଜ) ଓ ନରସିଂହ ମାଝୀ ଶୃଙ୍ଖଳିତ ଭାବେ କାର୍ଯ୍ୟ ତୁଲାଇଥିଲେ । ଡମ୍ବରୁଧର ବାଗ ସ୍କୋର ବୋର୍ଡ ଦାୟିତ୍ବ ତୁଲାଇ ଥିବାବେଳେ, ଓଡ଼ିଆ ଭାଷ୍ଯକାର ଅରବିନ୍ଦ ହୋତା , ସୁବାଷ ସା ଓ ହିନ୍ଦି ଭାଷ୍ଯକାର ସମିର ପାତ୍ର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ସଭାପତି ବବଲୁ ମାଝୀ, ସମ୍ପାଦକ ବିପିନ କାଣ୍ଡ, ଲୋକନାଥ ମାଝୀ ,ସୁଶାନ୍ତ କାଣ୍ଡ, ଗୌରହରି ମାଝୀ, ସଞ୍ଜୟ ସା, ଗଣେଶ ମାଝୀ, କୁଲଦୀପ କାଣ୍ଡ ,ଡିଗ୍ରେଶ୍ବର ଲୋହାର, ପ୍ରଦୀପ ମାଝୀ, ସୁନିଲ ମାଝୀ, ଥବିର ମାଝୀ, ମୁକେଶ ବକୁଳ, ଦୁର୍ଗା ମାଝୀ, ଏକଲବ୍ଯ ମାଝୀ, ଲଲିତ ମାଝୀ, ବେଲାସିଂ ମାଝୀ, ପିଲାବାବୁ, ରାଜେନ୍ଦ୍ର ମାଝୀ ପ୍ରମୁଖ ଅଣ୍ଟା ଭିଡିଛନ୍ତି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିବା ପାଇଁ ଚଟିଆଗୁଡା ତଥା ଅଞ୍ଚଳର ଫୁଟବଲ ପ୍ରେମୀ ମାନେ ଯୁବସମାଜକୁ ଉତ୍ସାହିତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande