
କେନ୍ଦୁଝର, ୨୦ ଡିସେମ୍ବର (ହି.ସ.) - କେନ୍ଦୁଝର ପୁରୁଣା ବଜାରସ୍ଥିତ ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ୫୮ତମ ସଂସ୍କରଣ ଦୁଇଦିନ ଧରି ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କ୍ରୀଡାର ଉପାଦେୟତା ତଥା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପଂଚସଖା ଶିକ୍ଷା ସେତୁର ସଭାପତି ସଂଯୁକ୍ତା ମହାନ୍ତି ଏବଂ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ଯୋଗ ଦେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ କୁମାର ସଭାପତିତ୍ୱ କରିଥିଲେ ଏବଂ ଶିକ୍ଷୟତ୍ରୀ ମିନାକ୍ଷୀ ସାହୁ ସଭା ପରିଚାଳନା କରିଥିଲେ । ସଭା ଶେଷ ହେବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ତତା୍ୱବଧାନରେ ଛାତ୍ରୀ ମାନେ ନଗର ଭବନ ନିକଟସ୍ଥ ଷ୍ଟାଡିୟମକୁ ଯାଇ ବିଭିନ୍ନ ଆଥଲେଟିକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପୁନର୍ବାର ଦ୍ୱିତୀୟ ଦିନ ପ୍ରତିଯୋଗିତା ସମାପ୍ତ ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଂକାର ଅନ୍ୱେଷ ଯୋଗଦେଇ କ୍ରୀଡାର ମୂଲ୍ୟବୋଧ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ତହସିଲଦାର କୀର୍ତନ ବିହାରୀ ଓଝା ବିଦ୍ୟାଳୟର ପଂଚସଖା ଶିକ୍ଷା ସେତୁର ସଭାପତି ସଂଯୁକ୍ତା ମହାନ୍ତି ଏବଂ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଧ୍ୱଜା ଅବତରଣ ପରେ ଛାତ୍ରୀ ମାନଙ୍କ ଦ୍ୱାରା ଏଜ ଅଭିନବ ଯୋଗ ପ୍ରଦର୍ଶନୀ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକର ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ରଞ୍ଜନ ମହାନ୍ତ , ଦେବେନ୍ଦ୍ର ସେଠୀ, ଶିକ୍ଷୟତ୍ରୀ ମମତା ହାଜରା, ଧରିତ୍ରୀ ନାୟକ, ରଜନୀ ବୋଦ୍ରା, ଅର୍ପିତା ମହାନ୍ତି, କର୍ମଚାରୀ ଗଙ୍ଗାଧର ସାହୁ ତଥା ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟରୁ ପ୍ରାକ୍ଟିସିଙ୍ଗ ଟିଚିଂ ପାଇଁ ଆସିଥିବା ବିଏଡ଼ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA