ପଞ୍ଚାୟତରେ ସରକାରଙ୍କ ସୁଶାସନ ସପ୍ତାହ କାର୍ଯ୍ୟକ୍ରମ
ମାଲକାନଗିରି, ୨୦ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ନନ୍ଦପୁରୀୟାଗୁଡା ଠାରେ ଆଜି ସରକାରଙ୍କ ସୁଶାସନ ସପ୍ତାହ ପ୍ରଶାସନ ଗାଁ ଅଭିମୁଖେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମ କରି ଆଜି ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ
Government's Good Governance Week program in Panchayat


ମାଲକାନଗିରି, ୨୦ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ନନ୍ଦପୁରୀୟାଗୁଡା ଠାରେ ଆଜି ସରକାରଙ୍କ ସୁଶାସନ ସପ୍ତାହ ପ୍ରଶାସନ ଗାଁ ଅଭିମୁଖେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମ କରି ଆଜି ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ବିଭାଗର ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଚାୟତବାସୀଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କି ପଞ୍ଚାୟତବାସୀଙ୍କ ଯାହା କିଛି ସମସ୍ୟା ରହିଛି ଆଉ ବ୍ଳକ କାର୍ଯ୍ୟାଳୟକୁ ନଯାଇ ସିଧାସଳଖ ପଞ୍ଚାୟତରେ ପହଞ୍ଚି ନିଜର ଅଭିଯୋଗ କରିପାରିବେ । ତେବେ ଆଜି ବିଭିନ୍ନ ବିଭାଗର ସମୁଦାୟ ୨୩ଟି ଅଭିଯୋଗ ହୋଇଥିବା ଜଣାପଡିଛି। ହୋଇଥିବା ଅଭିଯୋଗ ଗୁଡିକର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ।

ସରକାରଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନ ଗାଁ ନିକଟରେ ଯାଇ ପହଁଚିପାରୁଥିବା ଯୋଗୁଁ ଲୋକମାନେ ବହୁ ସରକାରୀ ଯୋଜନାର ଲାଭ ନିଜ ହାତ ପାହାନ୍ତାରେ ପାଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଆଜିରଏହି କାର୍ଯ୍ୟକ୍ରମରେ ବିଡିଓ ପ୍ରମୋଦ ବେହେରା, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ଡବ୍ଲୁଓ, ସିଡ଼ିପିଓ, ଏପିଓ, ଜିଆରଏସ, ଶୁଭଦ୍ରା କର୍ମୀ, ଯୋଗାଣ ସହାୟକ, ଆଶା, ସମସ୍ତ ସିଆରପି ସଦସ୍ୟାଙ୍କ ସମେତ ପଞ୍ଚାୟତ ଅଧିନସ୍ଥ ସମସ୍ତ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande