ଅନ୍ତର୍ଜାତୀୟ ସମବାୟ ବର୍ଷ ସମାରୋହ ଉଦଯାପିତ
ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଞ୍ଚିବ ସମବାୟ : ମନ୍ତ୍ରୀ ଭୁବନେଶ୍ୱର, ୨୦ ଡିସେମ୍ବର (ହି.ସ)- ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ ଆର୍ôଥକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ । ଭାରତ ସରକାରଙ୍କ ଦ
ପରକତଚ


ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଞ୍ଚିବ ସମବାୟ : ମନ୍ତ୍ରୀ

ଭୁବନେଶ୍ୱର, ୨୦ ଡିସେମ୍ବର (ହି.ସ)- ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ ଆର୍ôଥକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ । ଭାରତ ସରକାରଙ୍କ ଦିଗଦର୍ଶନ ଓ ମାର୍ଗଦର୍ଶନକୁ ପାଥେୟ କରି କୃଷି, ବିପଣନ, ବ୍ୟାଙ୍କିଂ, ଖାଉଟି, ଗୋପାଳନ, ମତ୍ସ୍ୟ, ହସ୍ତତନ୍ତ, ହସ୍ତଶିଳ୍ପମାନଙ୍କ ମଧ୍ୟରେ ସଂଯୋଗ ଓ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସୁଦୃଢ ସମବାୟ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଆନୁଷ୍ଠାନିକ ଭାବେ ଏହି ସମାରୋହକୁ ଉଦଯାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନଃବିନ୍ୟାସ, ବ୍ୟବସାୟିକ ସମ୍ପ୍ରସାରଣ, ସମବାୟ ସଂସ୍ଥାମାନଙ୍କ ମଧ୍ୟରେ ଆର୍ôଥକ ସହଭାଗିତା, ସଭ୍ୟମାନଙ୍କର ଆର୍ôଥକ ଅନ୍ତର୍ଭୁକ୍ତିକରଣ ତଥା କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟର ସହଜ ବିପଣନ ଓ ସଂରକ୍ଷଣ ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ, ସଂଗଠିତ ଓ ଲୋକାଭିମୁଖୀ କରିବା ସହିତ ଆର୍ôଥକ ଓ ସାମାଜିକ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ଅନ୍ତର୍ଜାତୀୟ ସମବାୟ ବର୍ଷର ପରିକଳ୍ପନା କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ସମବାୟ କ୍ଷେତ୍ରକୁ ଅଧିକ ଉନ୍ନତ, ବିସ୍ତାରିତ ଓ କ୍ରିୟାଶୀଳ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସମବାୟ ମାଧ୍ୟମରେ ଗ୍ରାମ୍ୟ ଅର୍ଥନୀତିର ସୂଦୃଢୀକରଣ ପାଇଁ ବହୁବିଧ ଯୋଜନା ପ୍ରଣୟନ କରାଯାଇ ତାହାର ସଫଳ ରୂପାୟନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି । ଏହି ପରିପ୍ରେକ୍ଷିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ପ୍ରାଥମିକ କୃଷି ସମବାୟ ସମିତି ଗଠନ କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ସମବାୟର ସୁଫଳ ପହଞ୍ଚତ୍ପାରିଲେ ହିଁ ସମବାୟ ଆନ୍ଦୋଳନ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ମତ ବ୍ୟକ୍ତ କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ବିଶେଷଜ୍ଞମାନଙ୍କୁ ନେଇ ୪ଟି ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା । କୃଷି ସମବାୟ ସମିତିର ବ୍ୟବସାୟିକ ବିବିଧିକରଣ, ବିଭିନ୍ନ କ୍ଷେତ୍ରର ସମବାୟ ମଧ୍ୟରେ ସହଭାଗିତା, ବିଶ୍ୱର ସର୍ବବୃହତ ଶସ୍ୟ ଭଣ୍ଡାରଣ ଯୋଜନାର କାର୍ଯ୍ୟକାରିତା ଏବଂ ରାଜ୍ୟରେ ବ୍ୟବହୃତ ରାସାୟନିକ ସାରର ୬୦ ପ୍ରତିଶତ ମାର୍କଫେଡ୍ ଓ ସମବାୟ ମାଧ୍ୟମରେ ଯୋଗଣ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ଯୁଗ୍ମ ସଚିବ ପଙ୍କଜ ଶ୍ରୀବାସ୍ତବ, ନିର୍ଦ୍ଦେଶକ ମୁକେଶ ମୁକାର, ନାବାର୍ଡର ମୁଖ୍ୟ ପରିଚାଳନା ଅଧିକାରୀ, ଏଫସିଆଇର ସାଧାରଣ ପରିଚାଳକ, ଗୁଜୁରାଟ ବନସ ଡାଇରୀର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସମବାୟ ସଂସ୍ଥାଙ୍କୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପୁରସ୍କୃତ କରିଥିଲେ । ପ୍ରଧାନମନ୍ତ୍ରୀ ଜନ-ଔଷଧୀ କେନ୍ଦ୍ରେରେ ଭଲ କାରବାର ପାଇଁ ଲାଠିକଟା ପ୍ରାଥମିକ କୃଷି ସମବାୟ ସମିତି, ସୁନ୍ଦରଗଡ଼ ଓ କୃଷି ସେବା କେନ୍ଦ୍ରରେ ଭଲ କାରବାର ପାଇଁ ଷଡ଼ଙ୍ଗୀ ପ୍ରାଥମିକ କୃଷି ସମବାୟ ସମିତି, ଢେଙ୍କାନାଳକୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପୁରସ୍କୃତ କରିଥିଲେ । ସେହିପରି ଜନସେବା କେନ୍ଦ୍ର ଜରିଆରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୋଡ଼େନ ପ୍ରାଥମିକ କୃଷି ସମବାୟ ସମିତି ଓ ନୂଆପଡ଼ା ଉପନିବନ୍ଧକ, ସମବାୟ ସମିତି ସମୂହଙ୍କୁ ପୁରସ୍କୃତ କରାଯାଇଥିଲା । ସରାଟ କୃଷି ସମବାୟ ସମିତି, ଖୋର୍ଦ୍ଧା, ଶ୍ରୀ ଜଗନ୍ନାଥ ସମବାୟ ସମିତି ଓ ଅଖଣ୍ଡଶ୍ୱର ସମବାୟ ସମିତି, କଟକକୁ ଜାତୀୟ ସମବାୟ ଡାଟାବେଶ୍ ରାଙ୍କ ଆଧାରରେ ବ୍ୟବସାୟ ବିବିଧିକରଣ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଶ୍ରୀ କପିଲ ମୀନା, କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟସମ୍ପଦ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍‌, ଓମ୍ ଫେଡ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ, ଏଜିସିଏସ୍ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande