ଖଡ଼ିପଦା ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ବୈଠକ, ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ
ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଖଡ଼ିପଦା ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସ୍ଥାନୀୟ ପାହାଡପୁର ପ୍ରାଥମିକ ବିଦ୍ୟାଳୟ ପରିସର ରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସିଆରସିସି ଦେବବ୍ରତ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।
KHADIPADA ANCHALIKA SADHANA KENDRA BAITHAK


ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଖଡ଼ିପଦା ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସ୍ଥାନୀୟ ପାହାଡପୁର ପ୍ରାଥମିକ ବିଦ୍ୟାଳୟ ପରିସର ରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସିଆରସିସି ଦେବବ୍ରତ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କବିତାଞ୍ଜଳି ବେହେରା ଙ୍କ ସଭାପତିତ୍ୱ ରେ ପୂର୍ବତନ ସି ଆର ସି ସି ଭରତ ତରାଇ, ବରିଷ୍ଟ ଶିକ୍ଷକ ଗଗନ କୁମାର ତରାଇ,କେଶବ କୁମାର ସାହୁ, ଶିକ୍ଷୟତ୍ରୀ ମିନତି ସ୍ୱାଇଁ ପ୍ରମୁଖ ଯୋଗଦେଇ ସରକାର ଙ୍କ ନୂତନ ଶିକ୍ଷାନୀତି , ମୌଳିକ ସ୍ୱାକ୍ଷରତା ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା କରାଯାଇ ଥିଲା।ତେବେ ଆଂଚଳିକ ସ୍ତରୀୟ ୬ ଷ୍ଟ ମାସିକ ବୈଠକ ରେ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ରେ ୧୪ ଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ଥିଲେ । ଶିକ୍ଷକ ମହାପ୍ରସାଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ରାଜେସ୍ୱରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande