ଅଟଳ ପେନଶନ ଯୋଜନାକୁ ସଫଳ କରିଥିବାରୁ ଏଲଡିଏମଙ୍କୁ ସମ୍ବର୍ନ୍ଧନା
କେନ୍ଦ୍ରାପଡା, ୨୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଅଟଳ ପେନଶନ ଯୋଜନା ୨୦୨୪-୨୫ ବର୍ଷର ୧୫୧ ପ୍ରତିଶତ କରି ସମଗ୍ର ଜିଲ୍ଲାରେ କୃତିତ୍ୱ ହାସଲ କରିଥିବାରୁ ଏଲଡିଏମଙ୍କୁ ସମ୍ବର୍ନ୍ଧିତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆରା ଆୟାର ଏକ ସମୀକ୍ଷା ବୈଠକରେ ଅଟଳ ପେନଶନ ଯୋଜନା କୃତ
ଅଟଳ ପେନଶନ ଯୋଜନାକୁ ସଫଳ କରିଥିବାରୁ ଏଲଡିଏମଙ୍କୁ ସମ୍ବର୍ନ୍ଧନା


କେନ୍ଦ୍ରାପଡା, ୨୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଅଟଳ ପେନଶନ ଯୋଜନା ୨୦୨୪-୨୫ ବର୍ଷର ୧୫୧ ପ୍ରତିଶତ କରି ସମଗ୍ର ଜିଲ୍ଲାରେ କୃତିତ୍ୱ ହାସଲ କରିଥିବାରୁ ଏଲଡିଏମଙ୍କୁ ସମ୍ବର୍ନ୍ଧିତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆରା ଆୟାର ଏକ ସମୀକ୍ଷା ବୈଠକରେ ଅଟଳ ପେନଶନ ଯୋଜନା କୃତିତ୍ୱ ହାସଲ କରିଥିବାରୁ କେନ୍ଦ୍ରାପଡା ଏଲଡିଏମ ରମାକାନ୍ତ ମାଝିଙ୍କୁ ଏକ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ନ୍ଧିତ କରିଛନ୍ତି ।

ଆୟୋଜିତ ଏହି ସମ୍ବର୍ନ୍ଧନା ଉତ୍ସବରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ନାବାର୍ଡ ଅଧିକାରୀ ସ୍ମିତା ବଡଜେନାଙ୍କ ସମେତ ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande